ଚଢାଉ କରିବାକୁ ଯାଇ ନିଜେ ଅଟକ, ଗ୍ରାମବାସୀଙ୍କଠାରୁ ବନ କର୍ମଚାରୀଙ୍କୁ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | January 29, 2022 IST

ଆନନ୍ଦପୁର ୨୯।୧: ଆନନ୍ଦପୁର ଉପଖଣ୍ଡ ହଦଗଡ ହସ୍ତୀ ଅଭୟାରଣ୍ୟ ମଧ୍ୟରେ ଥିବା ଦଲକି ଗାଁରେ ଚଢାଉ କରିବାକୁ ଯାଇ ବନ ବିଭାଗ କର୍ମଚାରୀ ହଟହଟା । ଦୀର୍ଘ ସମୟ ଧରି ଅଟକ ରଖିଲେ ଗାଁ ଲୋକେ । ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ମୁକୁଳିଛନ୍ତି ବନ କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ଦଲକି ଗାଁରେ କେତେକ ଲୋକ  ଶିକାର ସରଞ୍ଜାମ ରଖିଥିବା ସୂଚନା ପାଇଁ ଶୁକ୍ରବାର ମଧ୍ୟାହ୍ନରେ ହଦଗଡ ରେଞ୍ଚ ଅଫିସର, ଫରେଷ୍ଟରଙ୍କ ସମେତ ଫରେଷ୍ଟ ସ୍କ୍ବାର୍ଡ ଦଲକି ଗାଁରେ ଚଢାଉ କରିଥିଲେ । ବନବିଭାଗ କର୍ମଚାରୀମାନେ ଚଢାଉ ସମୟରେ ଲୋକଙ୍କ ଘରେ ଜୋତା ପିନ୍ଧି ପଶିଥିବାରୁ ମହିଳାମାନେ ଏହାକୁ ବିରୋଧ କରି ବନ ବିଭାଗ କର୍ମଚାରୀଙ୍କ ଗାଡି ଆଗରେ ଠିଆହୋଇ ସେମାନଙ୍କୁ ଅଟକ ରଖିଥିଲେ । ସଂପୃକ୍ତ ଅଞ୍ଚଳରେ ମୋବାଇଲ ସେବା ନଥିବାରୁ ବନ ବିଭାଗ କର୍ମଚାରୀମାନେ ପୋଲିସକୁ ଖବର କରିବା ସମ୍ଭବ ହୋଇନଥିଲା । କୌଣସି ସୂତ୍ରରୁ ଘଟଣା ସମ୍ପର୍କରେ ସୋସ ପୋଲିସ ଖବର ପାଇ ପହଞ୍ଚିବା ପରେ ଗାଁ ଲୋକଙ୍କୁ ବୁଝାସୁଝା କରିବାରୁ ବନ ବିଭାଗ କର୍ମଚାରୀଙ୍କୁ ଛାଡିଥିଲେ ଗାଁ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.