ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ଗିରଫ କଲା କୁମ୍ଭାରପଡ଼ା ପୋଲିସ

Published By : Prameya-News7 Bureau | August 14, 2022 IST

ପୁରୀ ୧୪।୦୮: ଡକାୟତି ଯୋଜନା ପଣ୍ଡ । ଲୁଟ୍‌ ପାଇଁ ଯୋଜନା କରୁଥିବାବେଳେ ୫ଜଣଙ୍କୁ ଗିରଫ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଅବକାଶ ଲେନ୍ ଚାରିଛକର ବିକାଶ ମହାନ୍ତି ଓରଫ ଚିକୁ, ମିଶ୍ର ସାହିର ରାକେଶ ସାହୁ ଓରଫ ଗୁଡୁ, ପେଣ୍ଠକଟା ଧୋବାଖାଲର ନବୀନ ସାହୁ, ରାମଚଣ୍ଡୀ ସାହି ବାଲିକୁଦାର ଲୋକନାଥ ନନ୍ଦ ଓ ନୀଳଚକ୍ର ନଗରର ଲକ୍ଷ୍ମୀଧର ମୁଦୁଲି ଓରଫ ବାପି।

ଖବର ଅନୁଯାୟୀ,  ଶୁକ୍ରବାର ରାତି ୧୦ଟା ୪୦ରେ ଏହି ଅଭିଯୁକ୍ତମାନେ ଦେବୀଘାଟ ଠାରେ ଏକତ୍ର ହୋଇ ଡକାୟତି ପାଇଁ ଯୋଜନା କରୁଥିଲେ। ବିଶେଷ ସୁତ୍ରରୁ ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଚଢ଼ାଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ୨ଟି ଜୀବନ୍ତ ବୋମା ସହ ମାରଣାସ୍ତ୍ର ଜବତ କରାଯାଇଛି। ପୂର୍ବରୁ ଏହି ଅଭିଯୁକ୍ତ ମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.