Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୁଲଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ହରିଣ ମାଂସ ସହ ବନ୍ଧୁକ ଜବତ

15/05/2019 at 8:10 AM

ନୀଳଗିରି ୧୫|୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ କୁଲଡ଼ିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ହରିଣ ମାଂସ ଜବତ କରାଯାଇଛି । ବାଲିଆନାଳ ବିଟ୍ ଅଧିନ ଶୀତଲବାଙ୍କ ଅଂଚଳରୁ ଜଣେ ଶିକାରୀ ଗିରଫ କରାଯାଇଥିବାବେଳେ, କୁଲଡ଼ିହା ବିଟ୍ ଅଧିନ ଅସକଲାପଦା ଅଂଚଳରୁ ଦୁଇଜଣ ଶିକାରୀ, ତେଣ୍ଡା ବିଟ୍ ଅଧିନ ଶାଗୁଆନ ବାଡ଼ି ଅଂଚଳରୁ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଶିକାରୀ ହେଲେ ବୁଦୁସାହି ଅଞ୍ଚଳର ରୁପା ସିଂ, ତେଣ୍ଡା ଗ୍ରାମର ସାଇବ ସିଂ, ବୁଦ୍ଧିରାମ ସିଂ, ଭୁଟାସିମୁଳି ଗାଁର ହାଡୁ ସିଂ, ବଡ଼ନାଳ ଗାଁର ଟେମ୍ପୋ ସିଂ । ଗତକାଲି କାଳବୈଶାଖୀ ବର୍ଷା ପରେ ଶିକାରୀ ଅଭୟାରଣ୍ୟକୁ ପଶିବାର ଯଥେଷ୍ଟ ସମ୍ଭାବନା ଥିବାରୁ ବନବିଭାଗ ଏଭଳି ଅକସ୍ମାତ ଚଢ଼ାଉ କରିଥିଲା ।

   Related Posts