ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣ ନିର୍ଦ୍ଦୋଷରେ ଖଲାସ

Published By : Prameya-News7 Bureau | January 19, 2022 IST

ପୁରୀ ୧୯।୧: ପୁରୀର ବହୁଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ ଗୁନ ସିଂହାରୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ବର ଆପଟ୍ଟଙ୍କ ସମେତ ୫ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛି । ଅତିରିକ୍ତ ସେସନ୍ସ କୋର୍ଟ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୨ ସେପ୍ଟେମ୍ବର ୧୨ ତାରିଖରେ କାଉନସିଲର ତଥା ସେବାୟତ ତଳୁଛ ଭଗବାନ ମହାପାତ୍ରଙ୍କୁ ମଣିକର୍ଣ୍ଣିକା ସାହି ଜାଗା ଘର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାକୁ ସହରରେ ଆଲୋଡନ ସୃଷ୍ଟି ହୋଇଥିଲା । ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ଵର ଆପଟ, କୃଷ୍ଣଚନ୍ଦ୍ର ପ୍ରତିହାରୀ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅତିରିକ୍ତ ସେସନସ ଜଜ କୋର୍ଟ ରେ ମାମଲାର ବିଚାର ଚାଲିଥିଲା। ଆଜି ଶୁଣାଣୀ ସମୟରେ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ତଥ୍ୟ ପ୍ରମାଣକୁ କୋର୍ଟ ଖାରଜ କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ବନ୍ଦ୍ବରେ ଖଲାସ କରିଛନ୍ତି । ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ମିଶ୍ର ଓ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସତ୍ୟନାରାୟଣ ତ୍ରିପାଠୀ ପରିଚାଳନା କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.