ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା

Published By : Prameya-News7 Bureau | December 07, 2021 IST

ଶଗଡଘାଟ (ପ୍ରମେୟ) ୭।୧୨: ପୁରୀ-ଅଜମେର ଟ୍ରେନ୍‌ରେ ଲାଗିଲା ନିଆଁ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଜନକ୍ସନରେ ଟ୍ରେନ୍‌ଟି ଅଟକିଥିବା ଏଭଳି ଘଟଣା ଦେଖିବାକୁ ମିଳିଥିଲା ।  ତେବେ ଟ୍ରେନ୍‌ରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି ।

ସୂଚନାଯୋଗ୍ୟ ଯେ, ପୁରୀ-ଅଜମେର ଟ୍ରେନ୍‌ରେ ବଗି ନଂ ଏସ୭ରେ ବ୍ରେକ୍ ଜୋରରେ ଘସି ହୋଇ ଯାଇଥିବା ଯୋଗୁଁ ସେଥିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଷ୍ଟେସନରେ ଥିବା ଜଣେ ଯାତ୍ରୀ ଏନେଇ ସ୍ଥାନୀୟ ଜିଆରପିକୁ ସୂଚନା ଦେଇଥିଲେ । ସିଏନଡବ୍ଲୁ ବିଭାଗ ପହଞ୍ଚି ଦୀର୍ଘ ଏକ ଘଣ୍ଟାର ଉଦ୍ୟମ ପରେ ଧୂଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲା । ଫଳରେ ଟ୍ରେନ୍‌ରେ ପ୍ରାୟ ଘଣ୍ଟାଏ ବିଳମ୍ବରେ ଟିଟିଲାଗଡ଼ ଷ୍ଟେସନରୁ ଛାଡ଼ିଥିଲା ।

ସେପଟେ ବିପରୀତ ଦିଗରୁ ଆସୁଥିବା ସମ୍ବଲପୁର-ରାୟଗଡା ତପସ୍ବିନୀ ଏକ୍ସପ୍ରେସ ମଧ୍ୟ ଏକ ଘଣ୍ଟା ବିଳମ୍ବ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.