Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କୁମ୍ଭମେଳା : ଯୋଗୀ ଆଦିତ୍ୟନାଥଙ୍କ ଆଖଡ଼ା ଶିବିରରେ ନିଆଁ, ୨ଟି ଟେଣ୍ଟ ପୋଡି ପାଉଁଶ

5/02/2019 at 2:55 PM

ପ୍ରୟାଗରାଜ ୫/୧ : ଉତ୍ତର ପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାରେ ଆଜି ପୁଣି ନିଆଁ ଲାଗି ଯାଇଛି | ସେକ୍ଟର-୧୪ ସ୍ଥିତ ନାଥ ସମ୍ପ୍ରଦାୟ ଟେଣ୍ଟରେ ନିଆଁ ଲାଗି ଯାଇଛି | ନିଆଁରେ ଦୁଇଟି ଟେଣ୍ଟ ପୋଡି ପାଉଁଶ ହୋଇଯାଇଛି | ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି | ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ସମ୍ପ୍ରଦାୟ ନାଥ ସମ୍ପଦାୟ |


ନିଆଁ ଲାଗିଥିବା ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ କାବୁ କରିଥିଲା | ଆଜି ୧୨ଟା ବେଳେ ଶିବିରରେ ନିଆଁ ଲାଗିଥିଲା | ଏହା ପୂର୍ବରୁ ମଧ୍ୟ କୁମ୍ଭ ମେଳା ଆରମ୍ଭରେ ଦିନେ ଟେଣ୍ଟରେ ନିଆଁ ଲାଗିଥିଲା |


ଯୋଗୀ ଅଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାସହ ଗୋରଖନାଥ ମନ୍ଦିରର ମହନ୍ତ ମଧ୍ୟ ଅଛନ୍ତି | ନାଥ ସମ୍ପ୍ରଦାୟରେ ବିଶ୍ୱାସ କରୁଥିବା ଲୋକେ ନାଥ ସମ୍ପ୍ରଦାୟର ମହନ୍ତଙ୍କୁ ଭଗବାନ ସଦୃଶ ବିଶ୍ଵାସ କରିଥାନ୍ତି | କେବଳ ସେତିକି ନୁହେଁ ଏମାନେ ମହନ୍ତଙ୍କୁ ମହାଦେବଙ୍କ ସଦୃଶ ବିଶ୍ୱାସ କରାଇଥାନ୍ତି |


ଅଦିତ୍ୟନାଥଙ୍କ ସରକାର ଚଳିତବର୍ଷ କୁମ୍ଭ ମେଳାକୁ ଭବ୍ୟ ଏବଂ ଦିବ୍ୟ କରିବା ପାଇଁ ଅନେକ ପ୍ରସ୍ତୁତି କରିଛନ୍ତି | ଅଦିତ୍ୟନାଥ କ୍ୟାବିନେଟ ବୈଠକ ମଧ୍ୟ ସଙ୍ଗମ କୁଳରେ କରି ଇତିହାସ ସୃଷ୍ଟି କରିଥିଲେ |


ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୫ ତାରିଖରେ ଆରମ୍ଭ ହୋଇଥିଲା କୁମ୍ଭ ମେଳା | କୁମ୍ଭ ମେଳା ଆରମ୍ଭ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ଦିଗାମ୍ବର ଆଖଡ଼ା ଟେଣ୍ଟରେ ନିଆଁ ଲାଗିଥିଲା | ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ନିଆଁ ଲାଗିଥିଲା | ଏହି ଦୁର୍ଘଟଣାରେ ପ୍ରାୟ ୧୦ଟି ଟେଣ୍ଟ ପୋଡି ପାଉଁଶ ହୋଇଯାଇଥିଲା | ତେବେ କାହାର କୌଣସି କ୍ଷତି ହୋଇନଥିଲା |


ଦୁଇ ଦିନ ପୂର୍ବରୁ ସଙ୍ଗମରେ ଏକ ଡଙ୍ଗା ଓଲଟି ପଡିଥିଲା | ଡଙ୍ଗାରେ ୯ ଜଣ ବସିଥିଲେ | ଡଙ୍ଗା ବୁଡି ଘଟଣାରେ ମଧ୍ୟ କାହାର କୌଣସି କ୍ଷତି ହୋଇନଥିଲା |

   Related Posts