ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ବିରୁଦ୍ଧରେ FIR, ଜାଣନ୍ତୁ କଣ ରହିଛି ମାମଲା…

Published By : Prameya-News7 Bureau | January 26, 2022 IST

ମୁମ୍ବାଇ ୨୬/୦୧: ଗୁଗୁଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (CEO) ସୁନ୍ଦର ପିଚାଇଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ଅଦାଲତଙ୍କ ନିର୍ଦେଶ କ୍ରମେ ପୋଲିସ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ନାଁରେ ମାମଲା ଦାୟର କରିଛି । ପିଚାଇଙ୍କ ବିରୋଧରେ କପି ରାଇଟ୍‌ ଧାରା ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ ହୋଇଛି ।

ଭାରତୀୟ ଚଳଚିତ୍ର ନିର୍ମାତା ତଥା ନିର୍ଦେଶକ ସୁନୀଲ ଦର୍ଶନ ସୁନ୍ଦର ପିଚାଇଙ୍କ ବିରୁଦ୍ଧରେ କୋର୍ଟର ଆଶ୍ରୟ ନେଇଥିଲେ । ତାଙ୍କର ଅଭିଯୋଗ ହେଉଛି, ସେ ତିଆରି କରିଥିବା ଚଳଚିତ୍ର ୟୁଟ୍ୟୁବ୍‌ରେ ଅପଲୋଡ୍‌ କରାଯାଇଛି । ଏହା ପରେ କୋର୍ଟ ସୁନ୍ଦର ପିଚାଇଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦେଶ କ୍ରମେ MIDC ପୋଲିସ ପିଚାଇଙ୍କ ସମେତ ଅନ୍ୟ ୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

ଚଳଚିତ୍ର ନିର୍ମାତା ତଥା ନିର୍ଦେଶକ ସୁନୀଲ ଦର୍ଶନଙ୍କ ଅଭିଯୋଗ ହେଉଛି, ସେ ତିଆରି କରିଥିବା ଫିଲ୍ମ ଏକ୍‌ ହସିନା ଥି ଏକ୍‌ ଦିଓ୍ବାନା ଥା ର କପି ରାଇଟ ସେ କାହାରିକୁ ଦେଇନଥିଲେ । ଏହା ପରେ ମଧ୍ୟ ଅନେକ ବ୍ୟକ୍ତି ଫିଲ୍ମର ଗୀତ ଏବଂ ଭିଡିଓ ଗୁଗୁଲ ଓ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିଥିଲେ । ତେଣୁ ଯେତେବେଳେ ସେମାନେ ଗୁଗୁଲରେ ଫିଲ୍ମ ଗୀତ ଏବଂ ଭିଡିଓ ଅପଲୋଡ୍‌ କରିଥିଲେ ସେତେବେଳେ କମ୍ପାନୀ ମଧ୍ୟ ତାଙ୍କୁ ଅନୁମତି ପ୍ରଦାନ କରିଥିଲା । ଯାହା ଫଳରେ ସେମାନେ କୋଟି କୋଟି ଟଙ୍କା ଆୟ କରିଥିଲେ ଏବଂ ସୁନୀଲ ଦର୍ଶନଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.