ବୃଢା ବାପାର ଆକୁଳ ନିବେଦନ, ପୁଅ ପାଖକୁ ନିଅନି-ମୋତେ ମାରିଦେବ

Published By : Prameya-News7 Bureau | May 03, 2024 IST

ଭଦ୍ରକ ୦୩/୦୫: ଦିନ ରାତି ଏକ କରି ପୁଅକୁ ମଣିଷ କରିଥିଲେ । ବୃଦ୍ଧ ବୟସ ପର୍ଯ୍ୟନ୍ତ ଅନ୍ୟତ୍ର କାମ କରି ପେଟକୁ କାଟି ଘର ଓ ପରିବାର ପ୍ରତିପୋଷଣ କରୁଥିଲେ । ଏବେ ବୟସର ଅପରାହ୍ନରେ ପୁଅ ପାଖରୁ ମାଡ଼ ଖାଇ ଘର ଛାଡ଼ି ପର ଦୋକାନ ବାରଣ୍ଡାରେ ଦିନ କାଟୁଥିବା ବେଳେ ଏବେ ପୁଣି ପୁଅର ମାଡ଼ରେ ଗୁରୁତର ହୋଇ ମେଡିକାଲରେ ବୃଦ୍ଧ ବାପା । 

ଏମିତି ଅବସ୍ଥାରେ ପୁଅ କଥା କହିଲେ ହାତ ଯୋଡି କହୁଛନ୍ତି ଯେ ମୋତେ ଯାହା ବି କରନ୍ତୁ ଘରକୁ କିମ୍ବା ପୁଅ ପାଖରେ ଛାଡ଼ନ୍ତୁ ନାହିଁ, ସେ ମୋତେ ମାରିଦେବ । ଏହି ଘଟଣା ହେଉଛି ଭଦ୍ରକ ସହରାଞ୍ଚଳ ଥାନା ଅଧିନ ଜାନୁଗଞ୍ଜ ଅଞ୍ଚଳର । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ଗାଁର ନଗେଶ୍ୱର ମଲ୍ଲିକ ଦୀର୍ଘ ବର୍ଷ ହେବ ଜାନୁଗଞ୍ଜ ରେ ଏକ ମେସ ରେ ରହି ରୋଷେଇ କରୁଥିଲେ । ଉପାର୍ଜିତ ଟଙ୍କା ଘର କୁ ପଠାଉଥିଲେ । 

ପରିଣତ ବୟସ ରେ କାମ କରିନପାରି ଘରକୁ ଫେରିଥିଲେ । କିନ୍ତୁ ଘରେ ପୁଅ ବିଭୁତି ବାପା ଙ୍କୁ କାମ କରି ଟଙ୍କା ଆଣିବା ପାଇଁ କହି ବାରମ୍ବାର ମାଡ଼ ମାରିବା ଯୋଗୁଁ ଘର ଛାଡିଥିଲେ ନାଗେଶ୍ୱର । କାମ କରିବା ତାଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ମେସ ନିକଟ ଏକ ଦୋକାନ ବାରଣ୍ଡା ରେ ରହୁଥିଲେ । ଦୋକାନ ମାଲିକ ତାଙ୍କ ଖାଦ୍ୟପେୟ ର ବ୍ୟବସ୍ଥା କରୁଥିଲେ । 

କିନ୍ତୁ ବାପ ଟଙ୍କା ନ ପଠାଇବା ରୁ ପୁଅ ଆସି ଦୋକାନ ବାରଣ୍ଡାରେ ଶୋଇଥିବା ବାପା କୁ ନିସ୍ତୁକ ମାଡ଼ ମାରିଥିଲେ । ଦୋକାନ ମାଲିକ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଛନ୍ତି । 

ପ୍ରାୟ ୪ ଦିନ ହେବ ମେଡିକାଲ ରେ ଭର୍ତ୍ତି ହୋଇଥିବା ନାଗେଶ୍ୱର ପୁଅ ଭୟରେ ଥାନାରେ ଏତଲା ଦେଇନଥିଲେ ମଧ୍ୟ ମାଲିକ ସୁଶାନ୍ତ ଦାସ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ନାଗେଶ୍ୱର କୁଆଡେ ଯିବେ ପଚାରିବାରୁ ହାତ ଯୋଡି କହୁଛନ୍ତି ଯେ ଯୁଆଡେ ବି ନିଅନ୍ତୁ କିନ୍ତୁ ମୋ ଘର କିମ୍ବା ମୋ ପୁଅ ପାଖକୁ ନିଅନ୍ତୁ ନାହିଁ । ନହେଲେ ପୁଅ ମୋତେ ଜୀବନରୁ ମାରିଦେଵ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.