ମାଡି ଚାଲିଛି କୃଷକଙ୍କ ଟ୍ରାକ୍ଟର ରାଲି : ଏପଟେ ସୁରକ୍ଷା ପାଇଁ ପୋଲିସ ଛାଉଣୀ, ଦେଖନ୍ତୁ ଫଟୋ...

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ  ୨୬।୦୧: ଆଜି ସାରାଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । କିନ୍ତୁ ଅନ୍ନଦାତାମାନେ ନିଜ ହକ୍‌ ପାଇଁ ଲଢେଇ ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ୍‌କୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଇତିମଧ୍ୟରେ ଚାଷୀଙ୍କ ଆନ୍ଦୋଳନକୁ ୫୦ରୁ ଅଧିକ ଦିନ ହୋଇସାରିଲାଣି । କିନ୍ତୁ ଆନ୍ଦୋଳନର କୌଣସି ନିର୍ଯ୍ୟାସ ବାହିରାନାହିଁ । କେନ୍ଦ୍ର ସରକାରଙ୍କ ଓ ଚାଷୀ ସଂଗଠନ ମଧ୍ୟରେ ୧୧ଥର ବୈଠକ ବସିସାରିଲାଣି । କିନ୍ତୁ ଫଳ ଶୂନ ରହିଥିଲା।

{"id":398681,"sizeSlug":"large","linkDestination":"none"}
timesofindia.indiatimes

ସେପଟେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ନୂତନ କୃଷି ଆଇନ୍‌ ଉପରେ ରୋକ ଲଗାଇଛନ୍ତି । ସେହିପରି  ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା କରି ବିବାଦ ତୁଟାଇ ରିପୋର୍ଟ ଦେବାକୁ ଏକ କମିଟି ଗଠନ କରିଥିଲେ ସୁପ୍ରିମକୋର୍ଟ । କିନ୍ତୁ ଚାଷୀ ସଂଗଠନ ସେହି କମିଟି ଆଗରେ ନିଜ ପକ୍ଷ ରଖିବାକୁ ମନା କରିଦେଇଥିଲେ ।

{"id":398682,"sizeSlug":"large","linkDestination":"none"}
timesofindia.indiatimes

ତେବେ ଆନ୍ଦୋଳନ ରତ କୃଷକ ସଂଗଠନମାନେ ଜାନୁଆରୀ ୨୬ରେ ଦିଲ୍ଲୀ ରାଜପଥରେ ବିଶାଳ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିଲା । ଯାହାର ଅନୁମତି ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲା ଏବଂ ଦିଲ୍ଲୀ ପୋଲିସ ଉପରେ ନିଷ୍ପତ୍ତି ଛାଡିଦେଇଥିଲା । ତେବେ କୃଷକଙ୍କ ଟ୍ରାକ୍ଟର ରାଲିକୁ ଶେଷରେ ଦିଲ୍ଲୀ ପୋଲିସ ଅନୁମତି ଦେଇଥିଲା । ଏହି ଅନୁମତି ଅନୁଯାୟୀ ଆଜି ଅନ୍ନଦାତାମାନେ ଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର ଓ କୃଷକମାନେ ପ୍ରବେଶ କରିଥିଲେ । ତେବେ ଆସନ୍ତୁ ଜାଣିବା କିପରି ରହିଛି କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲି….

{"id":398683,"sizeSlug":"large","linkDestination":"none"}
timesofindia.indiatimes

ମଙ୍ଗଳବାର ଦିନ ଗଣତନ୍ତ୍ର ଦିବସ ଅବସରେ ଚାଷୀମାନେ ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ । ଦିଲ୍ଲୀର ସିନ୍ଧୁ ସୀମାରେ ନିକଟରେ ଆନ୍ଦୋଳନ ପାଇଁ ସମସ୍ତ ଟ୍ରାକ୍ଟର ପ୍ରବେଶ କରୁଛି ।

{"id":398684,"sizeSlug":"large","linkDestination":"none"}
timesofindia.indiatimes

ଦିଲ୍ଲୀର ସିନ୍ଧୁ-ଟିକରୀ ସୀମାରେ ହଜାର ହଜାର ଚାଷୀ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏପିରକି ପୋଲିସ ବ୍ୟାରିକେଡ଼୍ ମଧ୍ୟ ଭାଙ୍ଗିଥିଲେ ଚାଷୀମାନେ , ଯାହାକୁ ନେଇ ସାମାନ୍ୟ ଉତ୍ତେଜନା ଲାଗିଥିଲା ।

{"id":398685,"sizeSlug":"large","linkDestination":"none"}
timesofindia.indiatimes

ସିନ୍ଧୁ ସୀମାରେ ପୋଲିସ ବ୍ୟାରିକେଡ଼ ଭାଙ୍ଗିବା ପରେ ଦିଲ୍ଲୀ ପ୍ରବେଶ କରୁଛି କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲି ।

{"id":398686,"width":566,"height":402,"sizeSlug":"large","linkDestination":"none"}
timesofindia.indiatimes

ଦିଲ୍ଲୀ ନିକଟରେ ଟିକ୍‌ରୀ ସୀମାରେ ଲକ୍ଷାଧିକ ସଂଖ୍ୟାରେ ଚାଷୀମାନେ ଏକାଠି ହୋଇଛନ୍ତି ।

{"id":398687,"sizeSlug":"large","linkDestination":"none"}
timesofindia.indiatimes

ଗାଜୀପୁର ସୀମାରେ ଚାଷୀମାନେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । କୃଷକଙ୍କ ବିଶାଳ ଟ୍ରାକ୍ଟର ରାଲିକୁ ସମର୍ଥନ ଦେଇ ଚାଷୀ ଏକାଠି ହୋଇଛନ୍ତି ।

{"id":398693,"width":577,"height":419,"sizeSlug":"large","linkDestination":"none"}
timesofindia.indiatimes

ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାରିକେଡ୍‌ କରାଯାଇଛି । ବିଶାଳ ଟ୍ରାକ୍ଟର ରାଲିକୁ ନଜର ରଖି ଏପରି କରିଛି ପୋଲିସ ।

{"id":398688,"width":572,"height":381,"sizeSlug":"large","linkDestination":"none"}
timesofindia.indiatimes

ଗାଜିପୁର ସୀମାରେ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

{"id":398689,"width":573,"height":405,"sizeSlug":"large","linkDestination":"none"}
timesofindia.indiatimes

ଚାଷୀ ଆନ୍ଦୋଳନକୁ ନେଇ ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀର ଫରିଦାବାଦ-ପାଲଓ୍ୱାଲ୍‌ ସୀମାରେ ପୋଲିସ ପକ୍ଷରୁ ଡ୍ରୋନ୍‌ରେ ଜରିଆରେ ନଜର ରଖାଯାଇଛି ।  

{"id":398690,"width":569,"height":398,"sizeSlug":"large","linkDestination":"none"}
timesofindia.indiatimes

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.