ପ୍ରାର୍ଥୀ ଖର୍ଚ୍ଚ କରିପାରିବେ ସର୍ବାଧିକ ୪୦ଲକ୍ଷ ଟଙ୍କା, ଚେକ୍ କିମ୍ବା ୟୁପିଆଇ ଜରିଆରେ ୧୦ ହଜାରରୁ ଅଧିକ

Published By : Prameya-News7 Bureau | May 01, 2024 IST

ଜୟପୁର ୧।୫: ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଜୟପୁର ଓ କୋଟପାଡ ବିଧାନସଭା ଆସନର ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ଆଚରଣ ବିଧି ସମ୍ପର୍କରେ ଅବଗତ କରାଇଲେ ନିର୍ବାଚନ ଅଧିକାରୀ । ପ୍ରାର୍ଥୀ ମାନେ କିପରି ପ୍ରଚାର କରିବେ, ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବେନି ଓ ନିର୍ବାଚନ ଖର୍ଚ୍ଚ ଠିକରେ କରିବେ ଏନେଇ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଜଣେ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ । ତେବେ ୧୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚେକ୍ କିମ୍ବା ୟୁପିଆଇ ମାଧ୍ୟମରେ ଖର୍ଚ୍ଚ କରିବାକୁ କୁହାଯାଇଛି । 

ସମସ୍ତ ପ୍ରାର୍ଥୀଙ୍କୁ ପରିଚୟ ପତ୍ର ପ୍ରଦାନ ସହ ପ୍ରଚାର ସମୟରେ ସରକାରୀ କାର୍ଯ୍ୟାଳୟର ପରିସରରେ ପୋଷ୍ଟର ଓ ବ୍ୟାନର ମାରିବାକୁ ବାରଣ କରାଯାଇଛି । ସେହିପରି ଯେକୌଣସି ସାଧାରଣ ସଭା କିମ୍ବା କାର୍ଯ୍ୟକ୍ରମର ୪୮ଘଣ୍ଟା ପୂର୍ବରୁ ପ୍ରଶାସନର ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଶାସନର ଏପରି ଏହି ପ୍ରୟାସ ସେମାନଙ୍କ ପାଇଁ ସହାୟକ ହେବ ବୋଲି ସମସ୍ତ ପ୍ରାର୍ଥୀ କହିଛନ୍ତି ।

You Can Read :

ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସର ଫ୍ଲାଗମାର୍ଚ୍ଚ, ସାଧାରଣ ଲୋକଙ୍କୁ ସଚେତନ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.