ବିଲ ମଝିରେ ଥିବା ଗଛରୁ ଅଜଣା ବୃଦ୍ଧଙ୍କ ଝୁଲନ୍ତା ଶବ ଉଦ୍ଧାର

Published By : Prameya-News7 Bureau | December 10, 2018 IST

ଆସିକା ୧୦|୧୨: ଆସିକା ଥାନା ଜାତୀୟ ରାଜପଥ -୫୯ କର୍ଣ୍ଣୋଳି ଛକ ନିକଟ ଧାନ ବିଲ ମଝିରେ ଥିବା ଏକ ନିମ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ଶବକୁ ଆସିକା ପୋଲିସ ଉଦ୍ଧାର କରିଛି । ପ୍ରତିଦିନ ଭଳି ବିଲକୁ ଯାଉଥିବା କିଛି ଚାଷୀଙ୍କ ସୁଚନା ଅନୁଯାୟୀ ଘଟଣା ଲୋକ ଲୋଚନକୁ ଆସିଥିଲା । ଖବର ପ୍ରଚାରିତ ହେବା ପରେ ଲୋକଙ୍କ ରୁଣ୍ଡ ହେବା ଦେଖା ଦେଇଥିଲା । ମୃତ ଵୃଦ୍ଧର ପରିଚୟ ଜଣାପଡିନଥିବା ବେଳେ କେଉଁ କାରଣରୁ ବୃଦ୍ଧ ଜଣକ ଆତ୍ମହତ୍ୟା କରିଛନ୍ତି ତାହାର ସ୍ପଷ୍ଟ ସୂଚନା ନଥିବା ଜଣାପଡିଛି ।  ଆସିକା ପୋଲିସ ମୃତ ବୃଦ୍ଧ ଶବକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଆସିକା ମେଡ଼ିକାଲକୁ ପଠାଇ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.