ଅମିତାଭ ବଚ୍ଚନଙ୍କ ଠାରୁ ସୋନମ କପୁର ପର୍ଯ୍ୟନ୍ତ, ଷ୍ଟାରମାନେ ଫ୍ୟାନ୍ସଙ୍କୁ ଦେଲେ ଇଦ୍ ମୁବାରକ

Published By : Prameya-News7 Bureau | May 14, 2021 IST

ମୁମ୍ବାଇ ୧୪/୦୫: ଆଜି ସମଗ୍ର ଦେଶରେ ଅର୍ଥାତ୍ ୧୪ ମେରେ ଇଦ୍ ପର୍ବ ପାଳନ କରାଯାଉଛି । ବଲିଉଡ ପାଇଁ ଇଦ୍ ଅତ୍ୟନ୍ତ ସ୍ୱତନ୍ତ୍ର । ସଲମାନ ଖାନ ଗତ କିଛି ବର୍ଷ ହେବ ଇଦ୍‌ରେ ତାଙ୍କର ଫିଲ୍ମ ରିଲିଜ୍ କରି ଆସୁଛନ୍ତି । ଫ୍ୟାନ୍ସଙ୍କ ଠାରୁ ମଧ୍ୟ ସେ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରନ୍ତି । ତେବେ କୋଭିଡ କାରଣରୁ ଚଳିତ ବର୍ଷ ସବୁକିଛି ବଦଳିଯାଇଛି ଏବଂ ଲୋକମାନେ ନିଜ ଘରେ ରହି ଏହାକୁ ପାଳନ କରୁଛନ୍ତି। ଆଜି ଇଦ୍ ଅବସରରେ ଅନେକ ବଲିଉଡ ଷ୍ଟାର ସେମାନଙ୍କ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

wp:html /wp:html

ଅମିତାଭ ବଚ୍ଚନ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି-‘ଇଦ୍ ମୁବାରକ’ ।

wp:html
/wp:html

ସୋନମ କପୁର ତାଙ୍କ ଫିଲ୍ମ ‘ସାବରିୟା’ର ଗୀତ ସେୟାର କରି ଲେଖିଛନ୍ତି- ‘ମୋର ସମସ୍ତ ଭାଇ ଏବଂ ଭଉଣୀଙ୍କୁ ଇଦ୍ ମୁବାରକ’ ।

wp:html
/wp:html

ସୁସ୍ମିତା ସେନ୍ ଲେଖିଛନ୍ତି- 'ଆପଣଙ୍କୁ ଏବଂ ଆପଣଙ୍କ ପ୍ରିୟ ଲୋକଙ୍କୁ ଇଦ୍ ମୁବାରକ । ଆପଣ ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଆମକୁ ପ୍ରାର୍ଥନାରେ ମନେ ପକାଇଥିଲେ… ରୋଜା ମାଧ୍ୟମରେ । ଏବଂ ଏହି କଷ୍ଟ ସମୟରେ ମାନବିକତାକୁ ସାହାଯ୍ୟ କରିଛନ୍ତି। ”ଏହା ସହିତ ସୁସ୍ମିତା ସମସ୍ତଙ୍କ ପାଇଁ ପ୍ରେମ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

wp:html
/wp:html

ଦିବ୍ୟା ଖୋସଲା କୁମାର ତାଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି- ' ସମସ୍ତଙ୍କୁ ଇଦ୍ ମୁବାରକ, ଅନେକ ଭଲପାଇବା ଏବଂ ପଜିଟିଭିଟି ପଠାଉଛି । ମଜବୁତ ରୁହନ୍ତୁ ଏବଂ ନିଜର ଏବଂ ନିତ ପ୍ରିୟ ଲୋକଙ୍କ ଯତ୍ନ ନିଅନ୍ତୁ । '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.