ଆଖି ଫୁଲୁଥିଲେ ଖାଆନ୍ତୁ ଏହି ଫଳ, ସାତ ଦିନରେ ଦେଖାଇବ ପ୍ରଭାବ

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୦୪: ପ୍ରାୟତଃ ନିଦ ସମ୍ପୁର୍ଣ୍ଣ ନହେବା କିମ୍ବା ବୟସ ବଢିବା କାରଣରୁ ଆଖି ଫୁଲିଥାଏ । ବୃଦ୍ଧାବସ୍ଥାରେ ତ ଏହାକୁ ରୋକି ହେବ ନାହିଁ କିନ୍ତୁ ଯଦି ଯୁବାବସ୍ଥାରେ ଏହି ସମସ୍ୟା ହେଉଛି ତେବେ କିଛି ଫଳକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଏଥିରୁ ମୁକ୍ତି ପାଇପାରିବେ ।  ତେବେ ଚାଲନ୍ତୁ ଜାଣିବା ଏହା ବିଷୟରେ-

{"id":442391,"width":612,"height":456,"sizeSlug":"large","linkDestination":"none"}
Watermelon for Babies - First Foods for Baby - Solid Starts

ତରଭୁଜ :

ଆଖିର ଫୁଲାକୁ କମାଇବା ପାଇଁ ତରଭୁଜ ହେଉଛି ଏକ ଉତ୍ତମ ଫଳ । ଏଥିରେ ଭିଟାମିନ୍ ସି ଏବଂ ଏ ଭରପୂର ରହିଥାଏ । ଏହା ସହିତ ତରଭୁଜ ମଞ୍ଜିରେ ଗୁଡ୍ ଫ୍ୟାଟ୍ ରହିଥାଏ । ତରଭୁଜ ଖାଇବା ଦ୍ୱାରା, ଏଥିରେ ଥିବା ଉଭୟ ଭିଟାମିନ୍ ଆପଣଙ୍କ ଆଖି ଫୁଲା ଏବଂ ଡାର୍କ ସର୍କଲ କମାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଶରୀରକୁ ରିହାଇଡ୍ରେଟ୍ କରିଥାଏ । ତରଭୁଜରେ ପ୍ରାୟ ୯୨ ପ୍ରତିଶତ ଜଳ ରହିଥାଏ । ଏଥିରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଥାଏ ଯାହା ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

{"width":620,"height":413}
Ghee vs butter: What are the differences?

ଘିଅ :

ଘିଅକୁ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ମିଶାନ୍ତୁ । ଏହା ଆପଣଙ୍କ ଆଖି ଫୁଲାକୁ କମାଇଥାଏ । ଆଖିର ଚମକ ପାଇଁ ପ୍ରତିଦିନ ପନିପରିବା କିମ୍ବା ଡାଲିରେ ୧ ଚାମଚ ଘିଅ ନିଅନ୍ତୁ । ଏହା ବ୍ୟତୀତ କଫି ସହିତ ଘିଅକୁ ମଧ୍ୟ ବ୍ୟବହାର କରିପାରିବେ । ଏହାର ପ୍ରଭାବ ପ୍ରାୟ ସାତ ଦିନ ପରେ ଦେଖାଯିବ ।

{"width":622,"height":467}
PunjabKesari

ଟମାଟୋ :

ତରଭୁଜ ପରି ଟମାଟୋରେ ମଧ୍ୟ ଭିଟାମିନ୍ ଏ ଏବଂ ସି ଭରପୁର ରହିଥାଏ । ଏହି ଉଭୟ ଭିଟାମିନ୍ ଆପଣଙ୍କ ଆଖିର ଫୁଲାକୁ କମ୍ କରିବାରେ ସାହାଯ୍ୟ କରିଥାଏ ।

{"width":624,"height":417}
PunjabKesari

ଆଭୋକାଡୋ :

ଆଭୋକାଡୋ ଆଖି ଫୁଲା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆଭୋକାଡୋରେ ଘିଅ ଭଳି ଗୁଡ୍ ଫ୍ୟାଟ୍ ମଧ୍ୟ ରହିଥାଏ । ଏଥିରେ ଫାଇବର ଏବଂ ପୋଷକ ତତ୍ତ୍ୱ ଭରପୂର ରହିଥାଏ  ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.