ସ୍ବପ୍ନରେ ପଶୁପକ୍ଷୀ ଦେଖିବା ଧନ ମିଳିବାର ପ୍ରତୀକ: ସ୍ବପ୍ନଶାସ୍ତ୍ରରେ ରହିଛି ସ୍ବପ୍ନ ଦେଖିବାର ମହତ୍ତ୍ୱ

Published By : Prameya-News7 Bureau | January 04, 2021 IST

ଭୁବନେଶ୍ୱର ୦୪/୦୧ : ସ୍ବପ୍ନ ଦେଖିବା ମଣିଷର ଏକ ସାଧାରଣ କଥା। ଶୋଇବା ସମୟରେ ମଣିଷ ନାନା ସ୍ବପ୍ନ ଦେଖିଥାଏ। ସ୍ବପ୍ନର ଏକ ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ସ୍ବପ୍ନର ମହତ୍ତ୍ୱ ବି ଭିନ୍ନ ଭିନ୍ନ ହୋଇଥାଏ। ସ୍ବପ୍ନ ଶାସ୍ତ୍ରରେ ଏ ସମ୍ବନ୍ଧରେ କୁହାଯାଇଛି। ସ୍ବପ୍ନରେ ବେଳେବେଳେ ପଶୁପକ୍ଷୀ ମଧ୍ୟ ଆସିଥାନ୍ତି। ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ପଶୁପକ୍ଷୀ ଦେଖିବା ବହୁତ ଶୁଭ ହୋଇଥାଏ। ଯଦି ସ୍ବପ୍ନରେ ପଶୁପକ୍ଷୀ ଦେଖନ୍ତି ତାହେଲେ ଭବିଷ୍ୟତରେ ଆପଣଙ୍କୁ ବହୁତ ଧନ ମିଳିପାରେ।

ଯଦି ସ୍ବପ୍ନରେ ଆପଣ ଗାଈ ଦେଖନ୍ତି ତାହେଲେ ବହୁ ଶୁଭ | ହିନ୍ଦୁ ଧର୍ମରେ ଗାଈକୁ ଗୋମାତାର ଦର୍ଜା ଦିଆଯାଇଛି। ହିନ୍ଦୁ ଧର୍ମରେ ଗାଈଙ୍କୁ ପୂଜା କରାଯାଏ। ଗାଈରେ ୩୩ କୋଟି ଦେବାଦେବୀ ବାସ କରନ୍ତି ବୋଲି କୁହାଯାଏ। ସେଥିପାଇଁ ସ୍ବପ୍ନରେ ଗାଈ ଦେଖିଲେ ବହୁତ ଶୁଭ ହୋଇଥାଏ ଏବଂ ଭବିଷ୍ୟତରେ ସଫଳତା ମିଳିବାର ସଂକେତ ଦେଇଥାଏ।

{"id":386884,"width":573,"height":325,"sizeSlug":"large","linkDestination":"none"}

ଯଦି ସ୍ବପ୍ନରେ କ୍ଷୀର ଦେଉଥିବା ଗାଈକୁ ଦେଖନ୍ତୁ ତାହେଲେ ଘରେ ସୁଖ ସମୃଦ୍ଧି ଆସିଥାଏ। ଚିତା ଗାଈକୁ ସ୍ବପ୍ନରେ ଦେଖିଲେ ଋଣ ବ୍ୟବସାୟରେ ଲାଭ ମିଳିବାର ସଂକେତ ଦେଇଥାଏ। ସ୍ବପ୍ନରେ ହାତୀ ଦେଖିବା ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ବୋଲି କୁହାଯାଏ।

ଯଦି ଆପଣ ସ୍ବପ୍ନରେ ପେଚା ଦେଖନ୍ତି ତାହେଲେ ଏହା ଶୁଭ ବୋଲି କୁହାଯାଏ। ସ୍ବପ୍ନରେ ପେଚା ଦେଖିଲେ ଧନ ମିଳିବାର ସମ୍ଭାବନା ଥାଏ। କିନ୍ତୁ ଏହି ସ୍ବପ୍ନ ଦେଖିବା ପରେ ଆପଣଙ୍କୁ ମା' ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଲାଲ ରଙ୍ଗର ବସ୍ତ୍ର ଅର୍ପଣ କରିବାକୁ ହେବ। ଶାସ୍ତ୍ରରେ ମାଛକୁ ମା' ଲକ୍ଷ୍ମୀଙ୍କ ଆଗମନର ପ୍ରତୀକ ବୋଲି କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.