ସୁନା ଗହଣା ସ୍ୱପ୍ନ ଦେଇଥାଏ ଅକାଳ ମୃତ୍ୟୁର ସଂକେତ ସାଂଗକୁ ଆହୁରି ଅନେକ କଥା, ଜାଣନ୍ତୁ କଣ ହେବ ଭବିଷ୍ୟତ

Published By : Prameya-News7 Bureau | December 28, 2018 IST

wp:heading {"level":5}
ସ୍ବପ୍ନ ସମସ୍ତେ ଦେଖନ୍ତି । ଏହା ମମିଷର ଅବଚେତନ ମନର ସ୍ଥିତି । ମଣିଷ ଯାହା ଭାବେ ତାହା ସ୍ବପ୍ନରେ ଦେଖେ ବୋଲି କୁହାଯାଏ। ଜୀବନରେ ଘଟିଥିବା କିଛି ସ୍ମରଣୀୟ ଓ ଅତୁଳନୀୟ ଘଟଣା ମଧ୍ୟ ମଣିଷ ସ୍ୱପ୍ନ ଦେଖିଥାଏ। ସବୁ ସ୍ୱପ୍ନର ଭିନ୍ନ ଭିନ୍ନ କାରଣ ଥାଏ। ସାଙ୍ଗ ସାଥିଙ୍କ ମେଳରେ ଯଉଁ ସବୁ ବିଷୟରେ ଚର୍ଚ୍ଚା ଚାଲିଥାଏ ଆମେ ସେ ସବୁ ରାତିରେ ସ୍ୱପ୍ନରେ ଦେଖିଥାଉ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ କିଛି ସ୍ୱପ୍ନ ଶୁଭ ସଂକେତ ଦେଇଥାଏ ତ କିଛି ସ୍ବପ୍ନ ଅଶୁଭ ମଧ୍ୟ ଦେଇଥାଏ। କହିବାକୁ ଗଲେ ଭବିଷ୍ୟତର ଭଲ ମନ୍ଦ ସମ୍ପର୍କରେ ସ୍ବପ୍ନରୁ ମଧ୍ୟ ସୂଚନା ମିଳିଥାଏ ।
/wp:heading {"id":68064}
wp:heading {"level":5}
 ଅଧିକାଂଶ ସମୟରେ ରାତିରେ ଦେଖିଥିବା ସ୍ୱପ୍ନ ଲୋକେ ଦିନରେ ଭୁଲି ଯାଆନ୍ତି। କିନ୍ତୁ ଆପଣ ସ୍ବପ୍ନକୁ ଭୁଲିଗଲେ ମଧ୍ୟ ସ୍ବପ୍ନ ଅନୁସାରେ ଯାହା ଫଳ ପାଇବା କଥା ତାହା ହିଁ ହୋଇଥାଏ ବୋଲି ବିଶ୍ବାସ କରାଯାଏ । ସାମୁଦ୍ରିକ ଶାସ୍ତ୍ରରେ ଏବଂ ଜ୍ୟେତିଷ ଶାସ୍ତ୍ରରେ ସ୍ବପ୍ନ ବିଚାର ରହିଛି । ଯେମିତିକି ଆପଣ ଯଦି କୁକୁର ସ୍ବପ୍ନ ଦେଖନ୍ତି ତାହେଲେ ଅଲ୍ପଦିନ ମଧ୍ୟରେ କେହି ଆପଣଙ୍କ ସହ ବିଶ୍ବାସଘାତକତା କରିପାରେ । ସାଧାରଣ ଜୀବନରେ ଆମେ କୁକୁରକୁ ବିଶ୍ବସ୍ଥ ପଶୁ ବୋଲି କହିଥାଉ । କିନ୍ତୁ ଏହାର ସ୍ବପ୍ନ ବିପରୀତ ଫଳ ପ୍ରଦାନ କରିଥାଏ । ଅର୍ଥାତ ବିଶ୍ବାସ ଘାତକତାର ଶିକାର ହେବାକୁ ପଡିଥାଏ।
/wp:heading {"id":68065,"width":560,"height":329}

ସେହିଭଳି ଅଳଂକାର , ଆଭୂଷଣ । ସମସ୍ତେ ପ୍ରାୟ ଅଳଂକାରକୁ ଭଲ ପାଆନ୍ତି । ଅଳଂକାର ମଣିଷକୁ ସୁନ୍ଦର ମଧ୍ୟ କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଅଳଂକାରକୁ ଆପଣ ସ୍ବପ୍ନରେ ଦେଖିଲେ କଣ ଘଟିବ । ଶାସ୍ତ୍ର ଅନୁସାରେ ଅଳଂକାର ସ୍ବପ୍ନ ଏକ ଶୁଭ ସ୍ବପ୍ନ ନୁହେଁ ।     

{"id":68066}
wp:heading {"level":5}
 ଜ୍ୟୋତିଷଶାସ୍ତ୍ର ଅନୁସାରେ ଅଳଙ୍କାର ସ୍ୱପ୍ନରେ ଆସିବା କିଛି ନା କିଛି ଇସାରା କରିଥାଏ। ଯାହାକି ଆମ ଜୀବନ ସହ ଜଡିତ ଥାଏ। ଅଳଙ୍କାର ସ୍ୱପ୍ନ ଦେଖିବା ପାରିବାରିକ ଖର୍ଚ୍ଚ ଓ ହେବାକୁ ଯାଉଥିବା କ୍ଷତିର ସଂକେତ ଦେଇଥାଏ। ତେବେ ସ୍ବପ୍ନରେ ଯଦି କିଏ କାହାକୁ ଅଳଙ୍କାର ଦେବାର ଦେଖାଯାଏ ତାହାଲେ ବେପାରରେ ଲାଭ ହବା ସଂକେତ ବୋଲି କୁହାଯାଏ। ଯାହା ଅତ୍ୟନ୍ତ ଭଲ ହୋଇଥାଏ। କିନ୍ତୁ ସ୍ୱପ୍ନରେ ଯଦି କିଏ ଅଳଙ୍କାର ପିନ୍ଧିବାର ଦେଖାଯାଏ, ଏହାକୁ ଅଶୁଭ ବୋଲି କୁହାଯାଏ। କାରଣ ଏହି ଭଲି ସ୍ୱପ୍ନ ନିଜ ଲୋକଙ୍କୁ ହରେଇବାର ସଂକେତ ଦେଇଥାଏ। ବିବାହିତା ନାରୀ ଅଳଙ୍କାର ଧାରଣ କରିବା ସ୍ୱପ୍ନ ଦେଖିଲେ ଏହା ଶୁଭ ବୋଲି କୁହାଯାଏ। ଏହି ସ୍ବପ୍ନ ଦେଖିଲେ ସ୍ବାମୀଙ୍କ କେହି ସମ୍ପର୍କୀୟଙ୍କ ବିବାହ ଖବର ମିଳିପାରେ ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.