ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଭୁଲରେ ବି କରନ୍ତୁ ନାହିଁ ଏହି ୧୦ଟି କାମ

Published By : Prameya-News7 Bureau | December 16, 2019 IST

ଧନୁ ରାଶି ବୃହସ୍ପତିର ଆଗ୍ନେୟ ରାଶି ଅଟେ ଓ ଏଥିରେ ସୂର୍ଯ୍ୟଙ୍କ ପ୍ରବେଶ ଦ୍ବାରା ବିଶେଷ ପରିମାଣ ମିଳିଥାଏ । ଏହି ସମୟ ଜ୍ୟୋତିଷୀୟ କାରଣରୁ ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ ।

ଏହି ସମୟରେ ବିବାହ କାର୍ଯ୍ୟକୁ କଣ ପାଇଁ ବର୍ଜନ କରାଯାଇଥିାଏ

କୌଣସି ବି ବିବାହରେ ସୁଖ ଓ ସମୃଦ୍ଧି ପ୍ରାପ୍ତ ସବୁଠାରୁ ବଡ ଉଦ୍ଦେଶ୍ୟ ରହିଥାଏ ।

ଧନୁ ରାଶିକୁ ସବୁଠୁ ସମୃଦ୍ଧିଶାଳୀ ରାଶି ବୋଲି ଗଣନା କରାଯାଏ ।

ଏହି ସମୟରେ ସୂର୍ଯ୍ୟ ଧନୁ ରାଶିରେ ଚଳନ କରିଥାନ୍ତି । ଯେଉଁଥିପାଇଁ ସୁଖ ଓ ସମୁଦ୍ଧି ପାଇଁ ସୁଖ ଖବର ମିଳିନଥିାଏ ।

ଯଦି ଏହି ସମୟରେ ବିବାହ କଲେ, ପାରିବାରିକ ସୁଖ ମିଳେ ନା ଶାରିରିକ ସୁଖ ମିଳେ ।

ନୂଆ ବ୍ୟବସାୟ ବା ନୂତନ କାର୍ଯ୍ୟ ଆରମ୍ବ କରାଯିବା ଅନୁଚିତ ।

ଧନୁର ଚଳନ ସମୟରେ ନୂଆ ବ୍ୟବସାୟ ଆରମ୍ଭ କରିବା ଦ୍ବାରା ନିଜର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ ।

ଏହି ସମୟରେ ଆରମ୍ଭ ହୋଇଥିବା ବ୍ୟବସାୟ କିଛି ଦିନ ପରେ ବନ୍ଦ ହୋଇଯାଇଥାଏ ।

ବ୍ୟବସାୟରେ ବହୁତ କରଜ କରିପାରନ୍ତି । ଲୋକଙ୍କ ମଧ୍ୟରେ ଟଙ୍କା ଫସିରହିପାରେ ।

ଘର ନିର୍ମାଣ କରିବା କି ବିକ୍ରି କରିବା ଭଳି ଭୁଲ କାମ କରନ୍ତୁ ନାହିଁ ।

ଆପଣ ଯଦି ଏହି ସମୟରେ ଘର ନିର୍ମାଣ କରୁଥାଆନ୍ତି, ତେବେ ସୁଖ ମିଳିବା ବହୁତ କଠିନ ହୋଇଥାଏ ।  

ଏହି ସମୟରେ ଏପରି କାର୍ଯ୍ୟ କରିବା ପାଇଁ ପ୍ରୟାସ କରୁଥିଲେ ମଧ୍ୟ ଏହା ଅଧାରୁ ବାଧା ଉପୁଜିଥାଏ ଓ କାମ ଅଟକି ଯାଏ ।

ଆପଣ ଏହି ସମୟରେ ମଧ୍ୟ ଦୁର୍ଘଟଣାରେ ଶିକାର ହେବାର ସମ୍ଭାବନା ରହିଛି । ଏହି ସମୟରେ ନିର୍ମାଣ ହୋଇଥିବା ଘର ଦୁର୍ବଳ ହୋଇଥାଏ ।

ଧନୁଖରମାସ ସମୟରେ କେଉଁ କାମ କରାଯାଇପାରେ ?

ଯଦି ପ୍ରେମ ବିବାହ ବା ସ୍ବଂୟମ୍ବର ହୁଏ, ତେବେ ବିବାହ କରାଯାଇପାରେ

ଯଦି ଯାତକରେ ବୃହସ୍ପତି  ଧନୁ ରାଶିରେ ରହିଥାଏ, ତେବେ ଏହି ଅବଧି ସମୟରେ ଶୁଭ କାର୍ଯ୍ୟ କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.