Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଜୋ ବିଡେନ୍ ପ୍ରଶାସନକୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ୍, ନୂଆ ରାଜନୈତିକ ଦଳ ଗଠନ ନେଇ ଚର୍ଚ୍ଚା

20/01/2021 at 1:29 PM

ଓ୍ବାଶିଂଟନ୍ ୨୦।୧: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । କିଛି ଘଣ୍ଟା ପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଶପଥ ନେବେ । ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ଶେଷ ଥର ପାଇଁ ଆମେରିକାବାସୀଙ୍କୁ ସମ୍ବୋଧନ କରିଛନ୍ତି । ଟ୍ରମ୍ପ୍ ତାଙ୍କ ବିଦାୟୀ ଭାଷଣରେ ଦେଶକୁ ସୁରକ୍ଷିତ ରଖିବା ଏବଂ ସମୃଦ୍ଧ କରିବାରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ର ପ୍ରଶାସନ ସଫଳ ରହିବାର ପ୍ରାର୍ଥନା କରିଛନ୍ତି । ଏହାସହ ସେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଙ୍କୁ ଶୁଭକାମନା ଦେଇଛନ୍ତି । ଏପର୍ଯ୍ୟନ୍ତ ଟ୍ରମ୍ପ୍ ବିଡେନ୍ ଙ୍କୁ ସାମ୍ନାସାମ୍ନି ଶୁଭେଚ୍ଛା ଜଣାଇନାହାନ୍ତି ।

ଟ୍ରମ୍ପ୍ କହିଛନ୍ତି, ଆମେରିକାବାସୀଙ୍କୁ ଏକଜୁଟ ହେବାକୁ ପଡିବ । ପକ୍ଷପାତପୂର୍ଣ୍ଣ ବିବାଦ ଭାବନାରୁ ଉର୍ଦ୍ଧ୍ବରେ ରହିବା ଉଚିତ୍ । ଟ୍ରମ୍ପଙ୍କ ଏହି ବିଦାୟୀ ଭାଷଣ ମଙ୍ଗଳବାର ଦିନ ହ୍ବାଇଟ୍ ହାଉସ୍ ଜାରି କରିଛି । ଟ୍ରମ୍ପ ଆହୁରି କହିଛନ୍ତି ରାଷ୍ଟ୍ରପତି ପଦ ସମ୍ଭାଳିବା ଏକ ଏଭଳି ସମ୍ମାନ ଯାହାର ବାଖ୍ୟା କରାଯାଇପାରିବନାହିଁ । ଏଭଳି ଅଦ୍ଭୁଦପୂର୍ବ ବିଶେଷ ଅଧିକାର ପାଇଁ ଆପଣମାନଙ୍କୁ ଧନ୍ୟବାଦ ।

ଏହି ସମୟରେ ଆକଳନ କରାଯାଉଛି ଯେ, ଟ୍ରମ୍ପ୍ ଏବେ ନିଜ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିପାରନ୍ତି । କାରଣ ତାଙ୍କ ଦଳର ନେତା ଏବେ ତାଙ୍କୁ ସମର୍ଥନ କରୁନାହାନ୍ତି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପତ୍ନୀ ମେଲାନିଆ ବୁଧବାର ସକାଳେ ହ୍ବାଇଟ୍ ହାଉସ୍ ଛାଡି ଫ୍ଲୋରିଡା ସ୍ଥିତ ନିଜ ବାସଭବନକୁ ଯାଇଛନ୍ତି । ଏହି ସମୟରେ ସେ ଓ୍ବାଶିଂଟନ୍ ଡିସି ବାହାରେ ଏକ ବିଦାୟୀକାଳୀନ ସଭାରେ ଯୋଗଦେବେ । ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଙ୍କ ଶପଥଗ୍ରହଣ ସମାରୋହରେ ସାମିଲ ହେବେନାହିଁ ।

   Related Posts