Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ଖେଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ , ଆଭିମୁଖ୍ୟ ସନ୍ଦେହଜନକ

21/08/2019 at 6:51 PM

ନୂଆଦିଲ୍ଲୀ୨୧|୮: କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ଖେଳାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଭାରତ କାଶ୍ମୀର ପ୍ରସଙ୍ଗରେ ଅନ୍ୟ କାହାରି ହସ୍ତକ୍ଷେପକୁ ପସନ୍ଦ କରୁନଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କିନ୍ତୁ ମଧ୍ୟସ୍ଥ ହେବାକୁ ଅଡ଼ି ରହିଛନ୍ତି। ଏପରିକି ସେ ମୋଦିଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ।…

ଟ୍ରମ୍ପଙ୍କ ଟ୍ରମ୍ପେଟ। କାଶ୍ମୀର ସ୍ଥିତି ପୂରା ନାଜୁକ । ତେଣୁ ତାଙ୍କୁ କଜଳପାତିଆ ଭଦ୍ରଲୋକି କରିବାକୁ ପଡ଼ିବ । ଉପରେ ପଡ଼ି ପୁଣି ମଧ୍ୟସ୍ଥ କରିବାକୁ ଇଚ୍ଛା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ସେ କହିଛନ୍ତି ଏପରିକି କାଶ୍ମୀର ସ୍ଥିତି ଏବେ ବିସ୍ଫୋଟକ ରୂପ ଧାରଣ କରିଛି। କାଶ୍ମୀରରେ ଉତ୍ତେଜନାମୂଳକ ସ୍ଥିତି ପଛରେ ପ୍ରମୁଖ କାରଣ ଧର୍ମ । ଚଳିତ ସପ୍ତାହ ଶେଷରେ ଫ୍ରାନ୍‌ସରେ ଜି-ସେଭେନ୍‌ ସମିଟ୍‌ ବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ । ସେତିକିବେଳେ କାଶ୍ମୀର ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଲୋଚନା  କରିବେ ବୋଲି କହିଛନ୍ତି।

ଧାରା ୩୭୦ ଲାଗୁ ହେବା ପରଠାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନ ବାରମ୍ବାର ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି ଏଥିରେ ଭଦ୍ରଲୋକି କରିବାକୁ ।  ସୋମବାର ଦିନ ଟ୍ରମ୍ପ, ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ଫୋନରେ ୩୦ ମିନିଟ୍‌ ଧରି  କଥାବାର୍ତ୍ତା ହୋଇଥିଲା । ଆଉ ସେତେବେଳେ ମୋଦି ପାକିସ୍ତାନୀ ନେତାଙ୍କୁ ଭାରତ ବିରୋଧୀ ବୟାନରୁ ନିବୃତ୍ତ ରଖିବାକୁ ଟ୍ରମ୍ପଙ୍କୁ କହିଥିଲେ । କିନ୍ତୁ ଟ୍ରମ୍ପଙ୍କର ମୁଡର ପେଣ୍ଡୁଲମ ଗତି ଭାରତରୁ ପ୍ରତିକ୍ରିୟା ସୃଷ୍ଟି କରିଛି।  

ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ରୁଷ ଭାରତକୁ ସିଧା ସିଧା ସମର୍ଥନ ଜଣାଇ ତାର ପୁରୁଣା ବନ୍ଧୁତ୍ବର ପ୍ରମାଣ ଦେଇଛି । ଏଣେ  ଆମେରିକାର ଆଭିମୁଖ୍ୟ କଣ ରହିବ ତାହା ଜି ସେଭେନ ବୈଠକରେ ହିଁ ସ୍ପଷ୍ଟ ହେବା ଅନୁମାନ କରାଯାଉଛି।

   Related Posts