ପ୍ରେମିକାକୁ ଦେଖା କରିବାକୁ ଯିବାବେଳେ ହେଲେ ଦୁର୍ଘଟଣାର ଶିକାର: ଡାକ୍ତରଙ୍କୁ କାଟିବାକୁ ପଡିଲା ଯୁବକଙ୍କ ପ୍ରାଇଭେଟ ପାର୍ଟ

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨/୧୦ : ମଦ୍ୟପାନ କରି ଗାଡି ଚଳାଇବା ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇପାରେ। ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ ପ୍ରଶାସନ ଯେତେ ସଚେତନ କରାଏ ଲୋକେ ସେତିକି ହିଁ ଅସାବଧାନ ହୋଇଯାଆନ୍ତି। ଏପରି ପରିସ୍ଥିତିରେ, ଯେଉଁମାନେ ମଦ୍ୟପାନ କରି ଗାଡି ଚଲାନ୍ତି, ସେମାନଙ୍କୁ ଏହାର ଶିକାର ହେବାକୁ ପଡିଥାଏ। ନିକଟରେ ଜଣେ ଯୁବକଙ୍କ ସହ ଜଡିତ ଏହିଭଳି ଏକ ଖବର ଭାଇରାଲ ହେବାରେ ଲାଗିଛି, ଯିଏ ମଦ୍ୟପାନ କରି ଗାଡି ଚଲାଉଥିଲେ ଏବଂ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ​। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୁର୍ଘଟଣା ପରେ ତାଙ୍କ ପ୍ରାଇଭେଟ ପାର୍ଟକୁ କାଟିବାକୁ ପଡିଛି।

୨୯ ବର୍ଷିୟ ପଲ୍ ବେରୀ ୨୦୧୪ ମେ' ମାସରେ ଏକ ଭୟାବହ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆମେରିକାର ମିସୁରୀରେ  ରହୁଥିବା ପଲ ସେଦିନ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ କାରରେ ଯାଉଥିଲେ। ତା' ପୂର୍ବରୁ ସେ ନିଜ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରିଥିଲେ। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ପଲ୍ କହିଛନ୍ତି ଯେ ବୋଧହୁଏ ତାଙ୍କୁ ନିଦ ଲାଗିଯାଇଥିଲା କିମ୍ବା ତାଙ୍କ କାର ଖସିପଡିଥିଲା ଯେଉଁଥିପାଇଁ ସେ କାର ଉପରେ ନିୟନ୍ତ୍ରଣ ହରାଇଥିଲେ। ସେ କାରରୁ ବାହାରେ ଯାଇ ପଡିଲେ। କାରଟି ଓଲଟି ତାଙ୍କ ଉପରେ ପଡିଥିଲା ଯେଉଁଥିରେ ତାଙ୍କ ବେକ, ମୁହଁ, ପିଚା ନାକ ଭାଙ୍ଗି ଯାଇଥିଲା। ତାଙ୍କ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ହୋଇଥିଲା। କେବଳ ଏତିକି ନୁହେଁ, ତାଙ୍କର ପ୍ରାଇଭେଟ ପାର୍ଟ ମଧ୍ୟ ଗଭୀର ଆଘାତ ହୋଇଥିଲା। ପଲଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ଏକ ମେଡିକାଲ ଇନଡ୍ୟୁସ୍ଡ କୋମାରେ ରଖାଯାଇଥିଲା।

ଡାକ୍ତର କହିଥିଲେ ଯେ ତାଙ୍କ ପ୍ରାଇଭେଟ ପାର୍ଟ ଓ ଟେଷ୍ଟିକଲରେ ଗମ୍ଭୀର ଆଘାତ ହୋଇଛି। ଯେଉଁଥିପାଇଁ ତାଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ଅଛି। ଏହା ପରେ ଡାକ୍ତରଙ୍କୁ ତାଙ୍କ ପ୍ରାଇଭେଟ ପାର୍ଟ ଓ ଟେସ୍ଟିକଲ କାଟି ଏହାକୁ ଅଲଗା କରିବାକୁ ପଡିଥିଲା। ୫ ସପ୍ତାହ ପରେ ଯେତେବେଳେ ପଲ ଆଖି ଖୋଲିଲେ, ସେ ଏ ବିଷୟରେ ଜାଣିଲେ। ପଲ୍ ଙ୍କ ବୟସ ବର୍ତ୍ତମାନ ୨୯ ବର୍ଷ କିନ୍ତୁ ତଥାପି ସେ ଏହି ଘଟଣାକୁ ଭୁଲି ପାରିନାହାନ୍ତି।

ସେ ଏଇଥିପାଇଁ ଦୁଃଖିତ ଯେ ସେ କେବେ ବାପା ହୋଇପାରିବେ ନାହିଁ। ସେ କହିଛନ୍ତି ଯେ ସେ ନିଜକୁ ପୁରୁଷ ଆଉ ଭଳି ଅନୁଭବ କରିପାରୁ ନାହାନ୍ତି। ତେବେ ତାଙ୍କ ପରିବାର ଏବଂ ଗର୍ଲଫ୍ରେଣ୍ଡ ତାଙ୍କୁ ବହୁତ ସମର୍ଥନ କରିଥିଲେ। ସୁସ୍ଥ ହେବା ପରେ ସେ ଜାଣିବାକୁ ପାଇଲେ ଯେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଲିଙ୍ଗ ଟ୍ରାନ୍ସପ୍ଲାଣ୍ଟ ଅପରେସନ୍ କରାଯାଇଥିଲା। ଏହା ଜାଣି ତାଙ୍କ ମନରେ ଏକ ଆଶା ଜାଗ୍ରତ ହୋଇଥିଲା। କିନ୍ତୁ ଯେତେବେଳେ ସେ ଅପରେସନ ଖର୍ଚ୍ଚ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ବର୍ତ୍ତମାନ ସେ ଲଜ୍ଜିତ ନୁହଁନ୍ତି। ସେ ନିଜ ଶରୀରକୁ ଗ୍ରହଣ କରିବା ଶିଖିଯାଇଛନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.