ଶିଶୁଙ୍କ ଉପରେ ଅଛି ବେଶୀ ବିପଦ, ସେମାନଙ୍କ ସୁରକ୍ଷା ଆମର ଦାୟିତ୍ୱ

Published By : Prameya-News7 Bureau | September 02, 2021 IST

ଭୁବନେଶ୍ୱର ୦୨।୦୯: ସଂକ୍ରମଣ କମିବା ପରେ କଟକଣା କୋହଳ କରାଯାଇଛି । ଆନ୍ତରାଜ୍ୟ ଚଳପ୍ରଚଳ ଜାରି ରହିଛି। ସାଧାରଣତଃ କେରଳରେ ସଂକ୍ରମଣ ବଢୁଛି । ତା ତୁଳନାରେ ଅନ୍ୟ ରାଜ୍ୟରେ ସଂକ୍ରମଣର ପ୍ରଭାବ ପଡିନାହିଁ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏପରି ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାର ପ୍ରଥମ ଲହରରେ ୧୨ପ୍ରତିଶତ ,ଦ୍ବିତୀୟ ଲହରରେ ବି ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସମୟରେ ୧୨ରୁ ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି। ଶିଶୁ ମାନେ କମ୍ ସୁରକ୍ଷିତ କାରଣ , ଅନ୍ୟ ବୟସର ଲୋକମାନେ ଟିକା ନେଇ ସାରିଥିବାରୁ ସେମାନଙ୍କ ଦେହରେ ଆଣ୍ଟିବଡି ସୄଷ୍ଟି ହୋଇସାରିଛି। ସେହି ତୁଳନାରେ ଶିଶୁ ମାନଙ୍କ ପ୍ରତି ଅଧିକ ଭୟ ରହିଛି। ଗୋଟିଏ ଶିଶୁ ସଂକ୍ରମିତ ହେଲେବି ଏହା ଗୁରୁତ୍ୱପୂର୍ଣ୍ଣ। ଏହା ଆମ ପାଇଁ ଚିନ୍ତାଜନକ। ଶିଶୁଙ୍କ ସୁରକ୍ଷା ଦାୟିତ୍ବ ଅଭିଭାବକ, ସରକାରଙ୍କର ରହିଛି। ସ୍କୁଲକୁ ଯାଉଥିବା ପିଲାମାନଙ୍କ ଦାୟିତ୍ଵ ସ୍କୁଲ ଶିକ୍ଷକଙ୍କ ରହିଛି। ତେବେ ଶିଶୁଙ୍କୁ ସୁରକ୍ଷା ବାତାବରଣ ଯୋଗାଇଦେବ ଆବଶ୍ୟକ। ବର୍ତ୍ତମାନ ସ୍ଥିତିରେ ଭୁତାଣୁ ଉତ୍ସକୁ ନିୟନ୍ତ୍ରଣ ରଖିବା ମୂଳ ଲକ୍ଷ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.