Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସୌନ୍ଦର୍ଯ୍ୟ ମାମଲାରେ ଦିବ୍ୟା ଭାରତୀଙ୍କଠୁ କିଛି କମ ନୁହନ୍ତି ତାଙ୍କ ସାନ ଭଉଣୀ

29/05/2019 at 4:34 PM

ମୁମ୍ବାଇ୨୯|୫: ୯୦ ଦଶକରେ ଦିବ୍ୟା ଭାରତୀ ବହୁତ ଫେମସ ଥିଲେ। ସେହି ସମୟରେ ଅଧିକାଂଶ ଦର୍ଶକଙ୍କ ଦିଲ୍‌ରେ ରାଜ କରୁଥିଲେ ଦିବ୍ୟା । ବଲିଉଡ ଫିଲ୍ମରେ କାମ କରିବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଥିଲେ ଦିବଂଗତ ଅଭିନେତ୍ରୀ ଦିବ୍ୟା ଭାରତୀ। ଆଜି ମଧ୍ୟ ଦିବ୍ୟାଙ୍କୁ ଅନେକ ଦର୍ଶକ ମନେ ରଖିଛନ୍ତି। କିନ୍ତୁ ତାଙ୍କ ଭଉଣୀ ମଧ୍ୟ ବଲିଉଡର ଜଣେ ଚର୍ଚ୍ଚିତା ଅଭିନେତ୍ରୀ ଯାହା ଅନେକ ଲୋକ ଜାଣିନାହାନ୍ତି।

ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ କାୟନାତ ଅରୋରା। ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ସୌନ୍ଦର୍ଯ୍ୟ ମାମଲାରେ ଦିବ୍ୟା ଭାରତୀଙ୍କଠୁ କିଛି କମ ନୁହଁ। କାୟନାତ ଦିବ୍ୟାଙ୍କ ଦାଦା ଝିଅ ଭଉଣୀ।

ବଲିଉଡ ଫିଲ୍ମ ଗ୍ରାଣ୍ଡ ମସ୍ତିରେ ଅଭିନୟ କରିବା ପରେ କାୟନାତ ବେଶ ଚର୍ଚ୍ଚାରେ ଥିଲେ। ଏହି ଫିଲ୍ମରେ ତାଙ୍କ ହଟନେସ ଓ ସୁନ୍ଦରତା ଅନେକ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଥିଲା।

ଭଉଣୀ ଦିବ୍ୟାଙ୍କ ଭଳି ବଲିଉଡରେ ଷ୍ଟାରଡମ ହାସଲ କରିପାରିବେ କି ନାହିଁ ତାହା ସମୟ କହିବ। କାୟନାତ ବଲିଉଡ ବ୍ୟତୀତ ପଞ୍ଜାବି ଓ ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।  

   Related Posts