ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | January 27, 2022 IST

ଭୁବନେଶ୍ବର ୨୭।୧: କରୋନା ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ପିକ୍ ଛୁଇଁ ସାରିଥିବା ଜଣାପଡୁଛି । ଦୈନିକ ସଂକ୍ରମଣ ମଧ୍ୟ କମୁଛି। ରାଜ୍ୟରେ ଆକ୍ଟିଭ କେସ୍ ତଳମୁହାଁ ରହିଛି । କିନ୍ତୁ ବେସ୍ ଲାଇନ୍ ଆସିବା ଦରକାର।

ପ୍ରତ୍ୟେକ ଦିନ ୫ରୁ ୬ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି । ଟ୍ରାନ୍ସମିଶନ ବହୁତ ଅଧିକା ରହିଛି । ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡିବ। ଅନ୍ୟ ଦେଶଗୁଡିକ ଦେଖିଲେ ଚତୁର୍ଥ ଓ ପଞ୍ଚମ ଲହର ଦେଖିବାକୁ ମିଳୁଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୩୧୧୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୩୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୫୨୨୩୯ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୩୮୨୧୨୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.