ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ, ତଦନ୍ତକାରୀ ଅଧିକାରୀଙ୍କ ଶେଷ ସାକ୍ଷ୍ୟଗ୍ରହଣ !

Published By : Prameya-News7 Bureau | May 17, 2022 IST

କଟକ ୧୭।୦୫ : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ।

{"id":629858,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ ହୋଇଥିବାରୁ ମଙ୍ଗଳବାର ଏହାର ଶୁଣାଣି କରାଯିବ। ଏହି ମାମଲାରେ ଆଜି ସାକ୍ଷ୍ୟଗ୍ରହଣ କରାଯିବ। ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟଗ୍ରହଣ କରାଯିବ। ସୋମବାର ଏହି ପ୍ରକ୍ରିୟା ଅଧା ରହିଥିଲା। ବହୁ ଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସ ରେ ଦିପୁ ଓ ଓମଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ ଚାଉଳିଆଗଞ୍ଜ ଥାନାଧିକାରୀ ଘଟଣାର ତଦନ୍ତ କରୁଥିଲେ।  ଦିପୁ-ଓମ ହତ୍ୟା ଘଟଣାରେ ଏହା ଶେଷ ସାକ୍ଷ୍ୟ ଗ୍ରହଣ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.