ଲୋକଙ୍କ ପ୍ରଶ୍ନ କେବେ କମିବ ପେଟ୍ରୋଲ-ଡିଜେଲ୍ ଦାମ୍ ? ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ- ଏହି ମାସ ଆଡକୁ କମିପାରେ

Published By : Prameya-News7 Bureau | February 28, 2021 IST

ବାରଣାସୀ ୨୮।୦୨: ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଛି। ତୈଳ ଦରକୁ ନେଇ ସାଧାରଣ ଜନତା ମଧ୍ୟ ଅସ୍ତବ୍ୟସ୍ତ ହେଲେଣି। ତୈଳ ଦର ବୃଦ୍ଧିକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଅନ୍ୟପଟେ ଲୋକେ ପ୍ରଶ୍ନ କରୁଛନ୍ତି ଯେ, କେବେ ତେଲ ଦର ହ୍ରାସ ପାଇବ। ଏହା ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଆସିଛି। ପ୍ରଧାନ କହିଛନ୍ତି ସେ ପେଟ୍ରୋଲିୟମ ଉତ୍ପାଦକ ଦେଶକୁ ତେଲର ଉତ୍ପାଦନ ବୃଦ୍ଧି କରିବାକୁ କହିଛି। ଯଦ୍ଵାରା ଭାରତୀୟ  ଉପଭୋକ୍ତାଙ୍କୁ ଇନ୍ଧନର ବଢୁଥିବା ମୂଲ୍ୟରୁ ଆଶ୍ଵସ୍ତି ମିଳି ପାରିବ।

ବାରଣାସୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ଏପ୍ରିଲରେ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଉତ୍ପାଦନରେ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ କରୋନା ମହାମାରୀ କାରଣରୁ ତୈଳ ଚାହିଦା ଅହେତୁକ ହ୍ରାସ ପାଇଥିଲା। ଏହି ସବୁ ଦେଶ ଏବେ ଅଧିକ ଆୟ କରିବା ଉଦ୍ଦେଶ୍ୟରେ ଇନ୍ଧନ ଉତ୍ପାଦନ କମ କରି ଦେଇଛନ୍ତି। ଅନ୍ୟପଟେ ସଂପ୍ରତି ତୈଳ ଚାହିଦା ବୃଦ୍ଧି ଘଟିଛି। ଚାହିଦା  ଅଧିକ ହେବାରୁ ପେଟ୍ରୋଲ-ଡିଜେଲ୍ ଦାମ ମଧ୍ୟ ବଢିଥିବା ପ୍ରଧାନ କହିଛନ୍ତି।

ଦେଶରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ୍ ଦର କେବେ କମିବ ? ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହାର ଅନୁମାନ କେହି ଲଗାଇ ପାରିବେ ନାହିଁ। କିନ୍ତୁ ରନ୍ଧନ ଗ୍ୟାସ୍, ଡିଜେଲ୍ ଓ ପେଟ୍ରୋଲ ଦାମ ମାର୍ଚ୍ଚ କିମ୍ବା ଏପ୍ରିଲରେ କମ ହୋଇପାରେ।

ସୂଚନାଯୋଗ୍ୟ, ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଶୀତ ଋତୁ ସରିବା ପରେ ତୈଳ ଦର ହ୍ରାସ ଘଟିବ। ଚାହିଦା ବଢିଥିବାରୁ ତୈଳ ଦର ଉଚ୍ଚରେ ରହିଛି। ସେ ଆଶ୍ଵାସନ ଦେଇଛନ୍ତି ଯେ, ଶୀଘ୍ର ପେଟ୍ରୋଲ-ଡିଜେଲ୍ ଦାମ କମ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.