ଖୀରେଇଟାଙ୍ଗିରୀ ଟୋଲ୍ ଗେଟରେ ଉତ୍ତେଜନା, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଧାରଣା

Published By : Prameya-News7 Bureau | January 27, 2022 IST

ପାଟଣା, ୨୭/୦୧:  କାମ ଦାବିରେ ଧାରଣା । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର  ଖୀରେଇଟାଙ୍ଗିରୀ ଟୋଲ୍ ଗେଟ ସମ୍ମୁଖରେ ସ୍ଥାନୀୟ ଯୁବକ ଧାରଣା ଦେଇଛନ୍ତି । ଟୋଲ୍ ଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବିରେ ସେମାନେ ଧାରଣା ଦେଇଛନ୍ତି ।

ସୂଚନାନୁସାରେ, ଟୋଲ ଗେଟକୁ ଲିଜ୍ ଆକାରରେ ଶୁରେନ୍ଦ୍ର କୁମାର ଶୁକ୍ଳା ନାମକ ଏକ ଠିକା କମ୍ପାନୀ ନେଇଛି । ଉକ୍ତ କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ଟୋଲ୍ ଗେଟରେ ନିଯୁକ୍ତି ନଦେଇ ବାହାର ଯୁବକଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ନିଯୁକ୍ତି ଦେବା ପାଇଁ  ଖୀରେଇଟାଙ୍ଗିରୀର ଆଖପାଖ ଅଞ୍ଚଳର ଯୁବକ ଦାବି କରିଛନ୍ତି । ଏହାସହ ପ୍ରତିବାଦ କରି ସେମାନେ ଟୋଲଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.