ଛେଳି ଖାଇଗଲେ ଧାନ, ଲାପ୍‌ସ ଟୋକନ ପାଇଁ ମଣ୍ଡିରୁ ଧାନ ନେଇଗଲେ ଚାଷୀ

Published By : Prameya-News7 Bureau | March 31, 2021 IST

ଭଦ୍ରକ ୩୧/୩ : ଧାନ ବିକ୍ରି ପାଇଁ ମଣ୍ଡୀ ରେ ଧାନ ରଖିଥିଲେ ଚାଷୀ । ଦିନ ଗଲା ଟୋକନ ଥାଇ ମଧ୍ୟ ଧାନ ନେଲେନି ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ । ଟୋକନ ଲାପ୍ସ ହେବା ପରେ ମଧ୍ୟ ଅପେକ୍ଷାରେ ଥିଲେ ଚାଷୀ କିନ୍ତୁ ଟୋକନ ପୁନଃ ନିୟମିତ ହୋଇନଥିଲା । ତେବେ ମଣ୍ଡିରେ ଥିବା ଧାନ ଖାଇଯାଇଛନ୍ତି ଛେଳି ଓ ଗାଈଗୋରୁ । ଶେଷରେ ବାଧ୍ୟ ହୋଇ ବାହାର ବେପାରୀଙ୍କୁ ଧାନ ଦେବା ପାଇଁ ମଣ୍ଡିରୁ ଧାନ ନେଇଗଲେ ଚାଷୀ । ଏମିତି ସ୍ଥିତି ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକରେ ।

{"id":430966,"sizeSlug":"large","linkDestination":"none"}

ବାବା ମହିଳା ଗୋଷ୍ଠୀ ଧାନ ସଂଗ୍ରହ ଦାୟିତ୍ଵରେ ଥିଲେ । କିନ୍ତୁ ଅନେକ ଚାଷୀଙ୍କର ଟୋକନ ଲାପ୍ସ ହୋଇଥିବାରୁ ଧାନ ନେଇନଥିଲେ । ଫଳରେ ମଣ୍ଡିରେ ସେମିତି ଧାନସବୁ ପଡିରହିଥିଲା । ପରେ ଚାଷୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଯୋଗାଣ ବିଭାଗ ମଧ୍ୟ ଟୋକନକୁ ପୁନଃ କାର୍ଯ୍ୟକ୍ଷମ ନେଇ ପ୍ରତିଶ୍ରୁତି ଦେଇଥିଲା । ହେଲେ ଦୀର୍ଘ ଦିନର ଅପେକ୍ଷା ସତ୍ତ୍ୱେ ଧାନ ଉଠିନଥିଲା । ମଣ୍ଡିରେ ଛେଳି ଓ ଗାଈ ଗୋରୁ ପଶି ଧାନ ଖାଇଥିଲେ । ଶେଷରେ ବଜାରର ବେପାରୀଙ୍କୁ ଧାନ ବିକ୍ରି କରିବା ପାଇଁ ମଣ୍ଡୀ ରୁ ଧାନ ଉଠାଇ ଆଣିଥିଲେ ଲେ ଚାଷୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.