ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ

Published By : Prameya-News7 Bureau | December 05, 2021 IST

ପଦ୍ମପୁର ୦୫/୧୨:  ଧାନ ଚୋରା ଚାଲାଣ ସମୟରେ ଧରିଲା ଯୋଗାଣ ବିଭାଗ । ପଦ୍ମପୁର ଉପଖଣ୍ଡର ସୀମାନ୍ତ ପାଇକମାଲ ଅଞ୍ଚଳକୁ ପଡୋଶୀ ଜିଲ୍ଲା ନୂଆପଡା ଚାଲାଣ ବେଳେ ଏସବୁ ଧରା ପଡିଛି ।

ଦୁଇ ଗୋଟି ଗାଡିରେ ୨୨୦ ବସ୍ତା ଧାନ ଯାହାର ଓଜନ ୭୯ କ୍ବିଣ୍ଟାଲ ୩୯ କେଜି ବରଗଡ଼ ଜିଲ୍ଲାକୁ ଚୋର ଚାଲାଣ ହେଉଥିଲା । ଏହି ସମୟରେ ଚଢଉ କରି ଧରିଥିଲା ପଦ୍ମପୁର ଯୋଗାଣ ବିଭାଗ ।

ପାଇକମାଲ ବ୍ଳକ ସିମାନ୍ତ ଅଞ୍ଚଳରେ ମାଣ୍ଡୋସିଲ, ଜାମସେଠ,ବରତୁଣ୍ଡା ଓ ଛିନ୍ଦେକେଲା ଧାନ ମଣ୍ଡି ରହିଛି । ଏହି ଅଞ୍ଚଳରେ ଅସାଧୁ ବ୍ୟବସାୟୀ ଏପରି ପଡୋଶୀ ଜିଲ୍ଲା ଓ ରାଜ୍ୟରୁ ଧାନ ଆଣି ଏହି ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ଚେଷ୍ଟା ଚଲାଇଛନ୍ତି । ଏଥିରେ ମଣ୍ଡି କର୍ମଚାରୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରା ଯାଉଛି । ଗୋଟିଏ ୭୦୯ ଓ ଗୋଟିଏ ପିକଅପରେ ଧାନ ଆସୁଥିବା ଖବର ପାଇ ପଦ୍ମପୁର ଯୋଗାଣ ବିଭାଗ ଚଢ଼ାଉ କରିଥିଲା । ଏପରିକି କାଗଜପତ୍ର ଯାଞ୍ଚ କରିଥିଲା ହେଲେ ସେମାନେ କାଗଜପତ୍ର ଦେଖାଇ ପାରିନଥିଲେ ଏବଂ ପାଇକମାଲ ଅଞ୍ଚଳର ଦୁଇଜଣ ବ୍ୟକ୍ତିଙ୍କ ପାଖକୁ ଧାନ ଯାଉଥିବା ସୂଚନା ଦେଇଥିଲେ । ଯୋଗାଣ ବିଭାଗ ଧାନ ଓ ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.