କାହାର କେତେ ପାଓ୍ୱାର ? ଧାମନଗରରେ ହେବ ବିଜେଡି-ବିଜେପି ଲଢେଇ

Published By : Prameya-News7 Bureau | January 25, 2022 IST

ଭଦ୍ରକ ୨୫।୦୧ :  ତ୍ରିସ୍ତରୀୟ ପଞ୍ଚାୟତ ପାଇଁ ସବୁ ଦଳ ଆରମ୍ଭ କଲେଣି ଗୋଟି ଚାଳଣା । ଭଦ୍ରକ ଜିଲ୍ଲାରେ ଏଥର ଫୋକସରେ ରହିଛି ଧାମନଗର ନିର୍ବାଚନୀ ମଣ୍ଡଳୀ । ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଧାମନଗର ବିଜେପି କବ୍‌ଜାରେ ରହିଛି । ପୂର୍ବ ନିର୍ବାଚନରେ ଦଳୀୟ କନ୍ଦଳ ଲାଗି ବ୍ଲକ ହାତଛଡ଼ା କରିଥିଲା ବିଜେଡ଼ି । କିନ୍ତୁ ଏଥର ଦଳ ସେ ଭୁଲ୍‌ କରିବ ନାହିଁ । ଏପରି ସ୍ଥିତିରେ ଧାମନଗର ବ୍ଲକରେ ବର୍ତ୍ତମାନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଓ ବିଜେପି ନେତା ଅଶୋକ ପୁହାଣ ବ୍ଲକ ହାତେଇବାକୁ  କରିଛନ୍ତି ରଣନୀତି । ସେପଟେ ବିଧାୟକ ବିଷ୍ଣୁଙ୍କ ପାଇଁ ମଧ୍ୟ ସମ୍ମାନର କଥା ।

ଖବର ଅନୁଯାୟୀ, ଏଥର ଫୋକସରେ ଧାମନଗର ବ୍ଲକ। ୨୦୧୪ ସାଧାରଣ ନିର୍ବାଚନ ପରେ ଧାମନଗର ବ୍ଲକରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ବଢିଥିଲା । ଫଳରେ ଅଶୋକ ନାୟକ ବିଜେପି ସହ ମିଶି ବ୍ଲକ ହାତେଇଥିଲେ । ପଞ୍ଚାୟତ ନିର୍ବାଚନରେ ୩୧ ସମିତି ସଭ୍ୟରୁ ୨୨ ସମିତି ସଭ୍ୟ ନେଇ ବ୍ଲକ ଦାଖଲ କରି ବ୍ଲକର ଅଧକ୍ଷ୍ୟ ପଦରେ ବସିଥିଲେ ଅଶୋକ ନାୟକ । ଏଥର କିନ୍ତୁ ସ୍ଥିତି ପୁରା ଅଲଗା । ମେଣ୍ଟ ଭାଙ୍ଗିଥିବା ବେଳେ ବିଜେଡ଼ିର ଗୋଷ୍ଠି କନ୍ଦଳ ମଧ୍ୟ ସାମଧାନ ହୋଇଛି । ବ୍ଲକ ଦଖଲ ପାଇଁ ବିଜେଡି କରୁଛି ଜୋରଦାର ରଣନୀତି ।

ସେପଟେ ଧାମନଗର ବ୍ଲକ ବିଜେପି ନେତା ଅଶୋକ ପୁହାଣଙ୍କ ଅନୁସାରେ, ବ୍ଲକ ଦାଖଲ କରିବ ବିଜେପି। ବିଧାୟକ ବିଷ୍ଣୁ ସେଠୀ ସାଧାରଣ ଲୋକଙ୍କ ସହ ଅଛନ୍ତି । ସ୍ୱଚ୍ଛ କାର୍ଯ୍ୟ ପାଇଁ ଲୋକେ ବିଜେପିକୁ ସୁଯୋଗ ଦେବେ । ବିଜେଡ଼ିର ରଣକୌଶଳ ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଂ।

ସେହିପରି ବୁଦ୍ଧିଜୀବୀ ଓ ସମୀକ୍ଷକଙ୍କ ମତ ଭିନ୍ନ । ସେମାନଙ୍କ ଅନୁସାରେ ଏଥର ହାଇଭୋଲଟେଜ ଲଢେଇ ହେବ । କୌଣସି ଦଳ କମ୍‌ ନୁହେଁ । ବର୍ତ୍ତମାନର ବ୍ଲକ ଅଧ୍ୟ ଅଶୋକ ନାୟକ ସାଧାରଣ ଲୋକଙ୍କ ସହ ଅଛନ୍ତି । କରୋନା ମହାମାରୀଠୁ ଆରମ୍ଭ କରି ସବୁ ସମୟରେ ଲୋକଙ୍କ ପାଇଁ କାର୍ଯ୍ୟ କରିଛନ୍ତି ।କିନ୍ତୁ ସେହି ହିସାବରେ ବିଧାୟକ ବିଷ୍ଣୁ ସେଠୀ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲୋକଙ୍କ ଠାରୁ ଦୂରେଇ ଯାଇଛନ୍ତି । ଯାହାକୁ ଏକ ମୁଦ୍ଦା କରିପାରେ ବିଜେଡି । ତେବେ ଆଗାମୀ ଦିନରେ ଦେଖିବାକୁ ମିଳିବ କାହାର କେତେ ପାଓ୍ୱାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.