Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କରୋନାକୁ ମାତ୍ ଦେବା ପାଇଁ ମିଳିବ ଆଉ ଏକ ଅସ୍ତ୍ର, କୋଲଚିସିନ୍‌ର କ୍ଲିନିକାଲ୍ ଟ୍ରାଏଲ୍‌କୁ DCGIର ମଞ୍ଜୁରୀ

12/06/2021 at 6:02 PM

ନୂଆଦିଲ୍ଲୀ ୧୨।୬: କରୋନା ଭାଇରସ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଭାରତକୁ ଖୁବ୍ ଶୀଘ୍ର ଆଉ ଏକ ଅସ୍ତ୍ର ମିଳିବାକୁ ଯାଉଛି । ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (CSIR) ଏବଂ ହାଇଦ୍ରାବାଦ ସ୍ଥିତ ଲକ୍ଷାଇ ଲାଇଫ୍ ସାଇନ୍ସେସ ପ୍ରାଇଭେଟ୍ ଲିମିଟେଡ୍ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଔଷଧ କୋଲଚିସିନ୍ (Colchicine) ର ସୁରକ୍ଷା ଏବଂ ତାର ପ୍ରଭାବକାରିତାର ଆକଳନ କରିବା ପାଇଁ କ୍ଲିନିକାଲ୍ ଟ୍ରାଏଲ କରିବ ।

କୋଲଚିସିନ୍ ର କ୍ଲିନିକାଲ୍ ଟ୍ରାଏଲ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଅନୁମୋଦନ ମଧ୍ୟ ମିଳିସାରିଛି । ଉଲ୍ଲେଖଯୋଗ୍ୟ ଯେ, ଗଣ୍ଠିବାଦ ଏବଂ ସୃଜନ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ବର୍ତ୍ତମାନ କୋଲଚିସିନ୍ କୁ ବ୍ୟବହାର କରାଯାଉଛି । ବର୍ତ୍ତମାନ ଏହି ଔଷଧକୁ କରୋନା ସଂକ୍ରମିତଙ୍କ ଉପରେ ପରୀକ୍ଷା କରାଯିବ ଯେ, ଏହା ଉପଯୋଗୀ କି ନୁହେଁ । ଏହି ଔଷଧ ସେହି ଲୋକମାନଙ୍କ ପାଇଁ ରାମବାଣ ହୋଇପାରେ ଯେଉଁମାନେ କରୋନା ସଂକ୍ରମିତ ହେବା ସହ ହୃଦ୍‌ଘାତରେ ପୀଡିତ ହୋଇଥାନ୍ତି ।

ସିଏସଆଇଆରର ମହାନିର୍ଦ୍ଦେଶକଙ୍କ ପରାମର୍ଶଦାତା ରାମ ବିଶ୍ବକର୍ମା PTI କୁ କହିଛନ୍ତି ଯେ, କେତେକ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ୍-୧୯ ରୋଗୀମାନଙ୍କଠାରେ ସଂକ୍ରମଣ ସମୟରେ ହୃଦ୍‌ରୋଗ ସମ୍ବନ୍ଧୀୟ ଜଟିଳତା ବିକଶିତ ହୋଇଥାଏ ଏବଂ ଏହା ଫଳରେ ଅନେକଙ୍କ ମୃତ୍ୟୁ ହୋଇଥାଏ । ଏମିତିରେ ଏକ ନୂଆ କିମ୍ବା ନବୀକରଣ ହୋଇଥିବା ଔଷଧର ଆବିଷ୍କାର ଗୁରୁତ୍ବପୂର୍ଣ୍ଣ । ସେହିଭଳି ଲକ୍ଷାଇ ଲାଇଫ୍ ସାଇନ୍ସେସ ସିଇଓ ରାମ ଉପାଧ୍ୟାୟ ପିଟିଆଇକୁ କହିଛନ୍ତି ଯେ, ଭାରତର ଅନେକ ସ୍ଥାନରେ ପରୀକ୍ଷଣ ପାଇଁ ରୋଗୀଙ୍କ ନାମକରଣ ଆରମ୍ଭ ହୋଇସାରିଛି ଏବଂ ଆସନ୍ତା ୮-୧୦ ସପ୍ତାହ ମଧ୍ୟରେ ଟ୍ରାଏଲ ଶେଷ ହେବ ବୋଲି ଆଶା କରାଯାଉଛି ।

   Related Posts