ଡେମୋ ମର୍ଡର ସିନ୍‌ ତିଆରି କଲା ଛତିଶ ଗଡ ପୁଲିସ

Published By : Prameya-News7 Bureau | February 16, 2020 IST

ଝାରସୁଗୁଡା ୧୬।୦୨ - ୨୦୧୬ ଡବଲ ମର୍ଡର ଘଟଣାରେ ଛତିଶଗଡ଼ ପୋଲିସ ପ୍ରଥମେ ପୂର୍ବତନ ବିଧାୟକ ଅନୁପ ସାଏ ଏବଂ ପରେ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିବା ପରେ ଆଜି ଘଟଣା ସ୍ଥଳରେ ଡେମୋ କରିଛି। ରାୟଗଡ଼ ପୋଲିସ ନିକଟରେ ଡ୍ରାଇଭର ବର୍ଦ୍ଧନ ସତ ଓଗାଳିବା ପରେ ତାକୁ ହତ୍ୟାକାଣ୍ଡ ସ୍ଥଳକୁ ନିଆଯାଇଥିଲା । ଏହି ଘଟଣାରେ ଦୁଇଟି ଗାଡ଼ି ବ୍ୟବହାର କରାଯାଇଥିବା ଜଣା ପଡ଼ିଛି ।ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏବଂ ଲୁହା ରଡ ଜବତ କରିବା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଅନୁପଙ୍କୁ ରିମାଣ୍ଡରେ ଆଣି ନାର୍କୋ ଟେଷ୍ଟ କରାଇବା ପାଇଁ କୋର୍ଟରେ ଆବେଦନ କରିବାକୁ ପୋଲିସ ପ୍ରସ୍ତୁତି କରୁଛି ।…

ଛତିଶଗଡ଼ରେ ମା ଝିଅ ଡବଲ ମର୍ଡର ଘଟଣାରେ ଗୋଟିଏ ପରେ ଗୋଟିଏ ପର୍ଦ୍ଦା ହଟୁଛି ।  ହତ୍ୟାକାଣ୍ଡ ସହ ଅନୁପ ସାଏଙ୍କ ସମ୍ପର୍କୀୟ ଜଡିତ । ହତ୍ୟାକାଣ୍ଡରେ ଦୁଇଟି ଗାଡି ବ୍ୟବହାର ହୋଇଥିଲା । ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଜେରା ପରେ ଏହି ଖୁଲାସା ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ବଘରାଚକା ବାସଭବନରୁ ବର୍ଦ୍ଧନଙ୍କୁ ଉଠାଇ ନେଇଥିଲା ରାୟଗଡ଼ ପୋଲିସ । ଜେରା ବେଳେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛନ୍ତି ବର୍ଦ୍ଧନ । ଆଜି ସକାଳେ ପୋଲିସ ବର୍ଦ୍ଧନଙ୍କୁ ସାଙ୍ଗରେ ଆଣି ହତ୍ୟାକାଣ୍ଡ ସ୍ଥଳରେ ଡେମୋ କରିଛି।ଗତକାଲି ନିଜକୁ ନିର୍ଦ୍ଦୋଶ କହୁଥିବା ବର୍ଦ୍ଧନ ଆଜି ସିଧାସିଧା ସବୁ ବଖାଣିଛନ୍ତି।…

{"id":225285,"sizeSlug":"large"}

ଡବଲ ମର୍ଡର ଘଟଣାରେ ପୋଲିସକୁ ସଫଳତା ମିଳିବା ପରେ ଏବେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏବଂ ଲୁହା ରଡ ଜବତ କରିବା ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ ଛତିଶଗଡ଼ର ଏକ ପୋଲିସ ଟିମ୍ ଓଡିଶା ଆସିଛି । ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଅନୁପଙ୍କୁ ରିମାଣ୍ଡରେ ଆଣି ତାଙ୍କର ନାରକୋ ଟେଷ୍ଟ କରାଇବାକୁ କୋର୍ଟରେ ଆବେଦନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି ରାୟଗଡ଼ ପୋଲିସ ।…

{"id":225284,"sizeSlug":"large"}

୨୦୧୬ ମେ ମାସରେ କଳ୍ପନା ଦାଶ ଓ ତାଙ୍କ ଝିଅଙ୍କୁ ଅତି ଜଘନ୍ୟ ଭାବେ ଲୁହାରଡରେ ପିଟିପିଟି ହତ୍ୟା କରି ରାସ୍ତାରେ ପକାଇ ବୋଲେରୋ ଚଢାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ । ପୋଲିସ ଜେରା ସମୟରେ ଅନୁପ ସାଏ ଏହା ସ୍ବିକାର କରିଛନ୍ତି । ବୁଧବାର ଅନୁପଙ୍କୁ ଛତିଶଗଡ଼ ପୋଲିସ ଉଠାଇ ନେବା ପରେ ଶୁକ୍ରବାର ଗିରଫ କରିଥିଲା। ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ବଘରାଚକା ଘରୁ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନଙ୍କୁ ଉଠାଇ ନେଇ ଜେରା କରିବା ସହ ଗିରଫ କରିଛି ଛତିଶଗଡ଼ ପୋଲିସ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.