ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତଙ୍କ ଜାମିନ ଉପରେ ଲାଗିବ ନାହିଁ ରୋକ୍, ଦିଲ୍ଲୀ ପୋଲିସର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪/୧୧ : ଜାମିଆ ମିଲ୍ଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରଙ୍କୁ ଜାଲ ପରିଚୟ ପତ୍ର ଆଧାରରେ ସିମ କାର୍ଡ ବିକ୍ରି ଅପରାଧରେ ଜାମିନ ଆବେଦନକୁ ବିରୋଧ କରି ଦିଲ୍ଲୀ ପୋଲିସର ଅପିଲକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଗତ ଫେବୃୟାରୀ ମାସରେ ନାଗରିକତା ସଂଶୋଧନ ଆଇନ ବିଲକୁ ବିରୋଧ ପ୍ରଦର୍ଶନ ବେଳେ ହିଂସା ସୃଷ୍ଟି ପାଇଁ ଏହି ସିମ ସବୁ ବ୍ୟବହାର ହୋଇଥିଲା ।

{"id":366980,"sizeSlug":"large"}

ତେବେ ନ୍ୟାୟମୂର୍ତ୍ତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଅଭିଯୁକ୍ତ ଫୈଜଲ ଖାନର ଜାମିନ ଆବେଦନ ବିରୁଦ୍ଧରେ ଦିଲ୍ଲୀ ପୋଲିସର ଅପିଲକୁ ଖାରଜ କରିଦେଇଛନ୍ତି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହିଂସା ସୃଷ୍ଟି କରିବା ପାଇଁ ଜାଲ ପରିଚୟପତ୍ର ଜରିଆରେ ସିମ କାର୍ଡ ବାହାର କରାଯାଇ ବ୍ୟବହାର କରାଯାଇଥିଲା ବୋଲି ପୋଲିସ ଦାବି କରିଥିଲା । ପୋଲି ଅଭିଯୁକ୍ତ ବିରୋଧରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ବଳରେ ମାମଲାରୁଜୁ କରିଥିଲା । ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ଅଜିଯୁକ୍ତ ଫୈଜାନ ଖାନ ବିରୁଦ୍ଧରେ ଆତଙ୍କୀ ଫଣ୍ଡିଂ କିମ୍ବା ସେହି ମାମଲାରେ ଜଡିତ କୌଣସି ଗତିବିଧିକୁ ନେଇ ଅଭିଯୋଗ ନାହିଁ ।

{"id":366981,"width":563,"height":361,"sizeSlug":"large"}

ହାଇକୋର୍ଟ ଅଭିଯୁକ୍ତକୁ ଆଶ୍ବସ୍ଥି ଦେବା ସହିତ ୟୁଏପିଏ ଆଇନ ଅଧିନିୟମ ଅନୁଯାୟୀ ଜାମିନ ପ୍ରଦାନ ଉପରେ ପ୍ରତିବନ୍ଧକ ଲାଗୁ ହେବ ନାହିଁ କାରଣ ଅନୁସନ୍ଧାନକାରୀ ସଂସ୍ଥା CAA ଏହି ମାମଲାରେ ସେଭଳି କୌଣସି ଠୋସ ପ୍ରମାଣ ଦେଇନଥିଲା । ତେଣୁ ବିରୋଧ ପ୍ରଦର୍ଶନ କରିବା କିମ୍ବା ହିଂସା ପାଇଁ ଉସକାଇବା ଭଳି ଅଗିଯୋଗର ସତ୍ୟାସତ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଚ୍ଚ ନ୍ୟାୟାଳୟ ଫୈଜାନ ଖାନକୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ଜଣେ ଜାମିନଦାର ବଳରେ ଜାମିନ ଦେଇଥିଲେ । ପୋଲିସ ଫୈଜାନ ଖାନକୁ ଜୁଲାଇ ୨୯ରେ ଗିରଫ କରିଥିଲା । ତା ବିରୁଦ୍ଧରେ ୟୁଏପିଏ ଭାରତୀୟ ଦଣ୍ଡବିଧାନ ସଂହିତା, ରାଷ୍ଟ୍ର କାନୁନ ଏବଂ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ମାମଲା ଦାୟର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.