ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ଶସ୍ତା ହେଲା କରୋନା ଟେଷ୍ଟ, ୩୦୦ ଟଙ୍କାରେ RT-PCR ଟେଷ୍ଟ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ,୨୦/୦୧: ଦିଲ୍ଲୀରେ ଶସ୍ତା ହେଲା କରୋନା ଟେଷ୍ଟ । ଦିଲ୍ଲୀ ସରକାର କରୋନା ଟେଷ୍ଟ ପାଇଁ ନୂଆ ମୂଲ୍ୟ ସୂଚୀ ଜାରି କରିଛନ୍ତି । ନୂଆ ରେଟ୍ ଅନୁଯାୟୀ, ଏଣିକି କରୋନା ଟେଷ୍ଟ ଶସ୍ତା ହେବ । ଘରୋଇ ଲ୍ୟାବୋରେଟରୀରେ ୩୦୦ ଟଙ୍କାରେ ଆରଟି-ପିସିଆର ଟେଷ୍ଟ ହୋଇପାରିବ । ଏହାସହ ଘରୁ ଆରଟି-ପିସିଆର ଟେଷ୍ଟ କରାଇବା ପାଇଁ ୫୦୦ଟଙ୍କା ଦେବାକୁ ପଡିବ। ସେହିପରି ଆଣ୍ଟିଜେନ ଟେଷ୍ଟ ପାଇଁ ୧୦୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି।

wp:html /wp:html

ଦିଲ୍ଲୀରେ କରୋନା ମାମଲା ହ୍ରାସ ଜାରି ରହିଛି । ଏହାରି ମଧ୍ୟରେ ଦିଲ୍ଲୀର କେଜ୍ରିୱାଲ ସରକାର କରୋନା ଟେଷ୍ଟିଂରେ ଲୋକଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଏଣିକି କେନ୍ଦ୍ର ଶାସିତ ପ୍ରଦେଶ ଦିଲ୍ଲୀରେ କରୋନା ଟେଷ୍ଟ କରିବା ଶସ୍ତା ହେବ।

ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ୧୨ ହଜାର ୩୦୬ ନୂଆ କରୋନା କେସ ଚିହ୍ନଟ ହୋଇଥିଲା । ଏହାସହ କରୋନାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀର ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୨୧.୪୮ପ୍ରତିଶତ ରହିଛି । ଜାନୁଆରୀ ଆଜି ଯାଏଁ ଦିଲ୍ଲୀରେ କରୋନାରେ ୩୯୬ ଜଣଙ୍କ ମୃତ୍ୟୁ ହୋଇଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.