ଆପଣ ଖାଉଛନ୍ତି କି ଡିପ୍ ଫ୍ରାଏଡ୍ ଫୁଡ୍ ? ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ସମସ୍ୟା

Published By : Prameya-News7 Bureau | August 10, 2020 IST

ଭୁବନେଶ୍ୱର ୧୦/୦୮ : ଆପଣ ବି ଚିପ୍ସ, ମକେନ, ପକୋଡା ଆଦି ଫ୍ରାଏଡ ଫୁଡ ଡିପ ଫ୍ରାଏ କରି ଖାଇବାକୁ ପସନ୍ଦ କରନ୍ତି କି ? ଯଦି ହଁ ତାହେଲେ ସାବଧାନ ହୋଇଯାଆନ୍ତୁ | ଡିପ ଫ୍ରାଏଡ ଫୁଡ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ | ରିସର୍ଚ୍ଚରେ ଏହା ପ୍ରମାଣିତ ହୋଇଛି | ରିସର୍ଚ୍ଚ ଅନୁଯାୟୀ, ଫ୍ରାଏଡ ଫୁଡକୁ ଡିପ ଫ୍ରାଏ କରିବା କିମ୍ବା ଉଚ୍ଚ ତାପମାତ୍ରାରେ ଛାଣି କିମ୍ବା ପୋଡି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ | ଏହିଭଳି ଖାଦ୍ୟ ଖାଇବା ଅର୍ଥାତ ଜାଣିଶୁଣି କ୍ୟାନସର ଭଳି ରୋଗକୁ ନିମନ୍ତ୍ରଣ କରିବା |

{"id":312694,"sizeSlug":"large"}

ଏକ ରିପୋର୍ଟ ଅନୁଯାୟୀ, ଯଦି କୌଣସି ଖାଦ୍ୟକୁ ଅଧିକ ସମୟ ଯାଏଁ ଛଣା ଯାଏ କିମ୍ବା ଗ୍ରିଲ କରାଯାଏ ତାହେଲେ ଏକ୍ରିଲାମାଇଡ ନାମକ ପଦାର୍ଥ ଉତ୍ପର୍ଣ୍ଣ ହୋଇଥାଏ ଯାହାକୁ କ୍ୟାନସର କାରକ ବୋଲି କୁହାଯାଏ | ରିପୋର୍ଟରେ କୁହାଯାଇଛି ଯେ ପଶୁମାନଙ୍କ ମଧ୍ୟରେ ହୋଇଥିବା ରିସର୍ଚ୍ଚରେ ପ୍ରମାଣ ହୋଇଥିଲା ଯେ ଏକ୍ରିଲାମାଇଡରୁ କ୍ୟାନସର ସେଲ ଉତ୍ପର୍ଣ୍ଣ ହୋଇଥାଏ |

{"id":312693,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଖାଦ୍ୟ ଅଳ୍ପ ତାପମାତ୍ରାରେ ରନ୍ଧା ହୋଇଥିବା ଏବଂ ଏହାର ରଙ୍ଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ | ଛଣା ଯାଇଥିବା ଖାଦ୍ୟର ରଙ୍ଗ ବ୍ରାଉନ ନ ହୋଇ ହାଲୁକା ଗୋଲଡେନ ହେବା ଦରକାର | କିନ୍ତୁ କିଛି ଏକ୍ସପର୍ଟଙ୍କ କହିବାନୁଯାୟୀ କ୍ୟାନସରରୁ ବଞ୍ଚିବା ପାଇଁ ଲୋକଙ୍କୁ ଧୂମପାନ, ମଦ୍ୟପାନ ଏବଂ ଅଧିକ ଓଜନ ବୃଦ୍ଧି କରୁଥିବା ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ |

{"id":312695,"sizeSlug":"large"}

ସୂଚନା ଅନୁଯାୟୀ, ମାନବଙ୍କ ଉପରେ ହୋଇଥିବା ରିସର୍ଚ୍ଚରେ ମଧ୍ୟ ଏହା ପ୍ରମାଣିତ ହୋଇଛି ଯେ କ୍ୟାନସର ଅନେକ ପ୍ରକାର ଏକ୍ରିଲାମାଇଡ ପଦାର୍ଥ ସହ ଜଡିତ | ସେଥିପାଇଁ ଡିପ ଫ୍ରାଏଡ ଫୁଡ ଠାରୁ ଦୁରେଇ ରହିବା ଆବଶ୍ୟକ ଏବଂ ସ୍ୱାସ୍ଥ୍ୟ ପ୍ରତି ଯନ୍ତାଵାନ ହେବା ଦରକାର |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.