ହକି ଇଣ୍ଡିଆରୁ ନିର୍ଦ୍ଦେଶକ ଡେଭିଡ୍ ଜନ୍‌ଙ୍କ ଇସ୍ତଫା, ଅଣଦେଖା ଯୋଗୁ ଥିଲେ ଚିନ୍ତିତ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୮: ଦୀର୍ଘ ବର୍ଷରୁ ହକି ଇଣ୍ଡିଆର ନିର୍ଦ୍ଦେଶକ ଅବସ୍ଥାପିତ ଡେଭିଡ ଜନ୍‌ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ନିକଟରେ ଭାରତୀୟ କ୍ରିଡା ପ୍ରାଧିକରଣ (ସାଇ) ତାଙ୍କ କଣ୍ଟ୍ରାକ୍ଟ ସମ୍ପ୍ରସାରଣ କରିଥିଲେ। ତେବେ ଜାତୀୟ ମହାସଂଘର ଶୀର୍ଷ ଅଧିକାରୀଙ୍କ ସହ ମତପାର୍ଥକ୍ୟ ଯୋଗୁ ହୁଏତ ସେ ଏପରି ପଦକ୍ଷେପ ନେଇଛନ୍ତି ବୋଲି ଆଶଙ୍କା କରାଯାଉଛି।

ନିକଟରେ ସାଇ ଅଷ୍ଟ୍ରେଲିୟ ଅଧିକାରୀଙ୍କ ଅନୁବନ୍ଧକୁ ୨୦୨୧ ମସିହା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ତେବେ ହକି ଇଣ୍ଡିଆରେ ତାଙ୍କୁ ଅଣ ଦେଖା କରାଯାଉଥିବାର ଅନୁଭବ କରି ସେ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ହେଲେ ସେ ସାଇଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ଏଥିଲାଗି ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସେପଟେ ହକି ଇଣ୍ଡିଆ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଥିବା ଜଣାପଡିଛି।

ତେବେ ହକି ଇଣ୍ଡିଆରେ ଜନ୍‌ କେବଳ କୋଚ୍ ଓ ଖେଳାଳିଙ୍କର ଅନଲାଇନ୍‌ କ୍ଲାସ୍‌ ନିଅନ୍ତି। କୋଭିଡ-୧୯ ମହାମାରୀ ଯୋଗୁ ଗତ ୫ ମାସ ହେଲା ସେ କୌଣସି କାମନକରି ବସି ରହିଥିଲେ। ହୁଏତ ଏଥି ଯୋଗୁ ନୈରାଶ୍ୟରେ ସେ ଇସ୍ତଫା ଦେଇଥାଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.