ପୁଣି ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍
23/09/2019 at 5:13 PM

ଭୁବନେଶ୍ୱର ୨୩।୦୯ – ପୁଣି ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍ । ୭ଟି ଡ୍ୟାନ୍ସବାରକୁ ଅବକାରୀ କମିଶନର ଅନୁମତି ଦେଇଛନ୍ତି । ତେବେ ଏହି ଡ୍ୟାନ୍ସ୍ ବାର୍ଗୁଡ଼ିକ ଅବକାରୀ ଆଇନ୍ ୪୪(୫)ର ନିୟମକୁ ମାନିବାକୁ ନିର୍ଦେଶ ଦିଆଯାଇଛି ।
ବାର୍ରେ ନିୟୋଜିତ ଡ୍ୟାନ୍ସ ଗାର୍ଲଙ୍କ ପରିଚୟ ପତ୍ର ରହିବ ।
୨୧ବର୍ଷରୁ କମ୍ ବୟସର ଯୁବତୀଙ୍କୁ ଏଥିରେ ନିୟୋଜିତ କରାଯାଇପାରିବ ନାହିଁ ।
ନୃତ୍ୟ ପ୍ରଦର୍ଶନ ବେଳେ ଉଦ୍ଦୀପନା ସୃଷ୍ଟିକାରୀ ପୋଷାକ କିମ୍ବା ଅର୍ଦ୍ଧ ନଗ୍ନ ଶରୀରକୁ ବାରଣ କରାଯାଇଛି ।
ବାର୍ ଡ୍ୟାନ୍ସର ମଜା ଉଠାଉଥିବା ଗ୍ରାହକ ଏଣିକି ଟଙ୍କା ଉଡ଼ାଇପାରିବେନି ।
ଆଇନ ଉଲ୍ଲଘଂନ ନେଇ କିଛି ଦିନ ତଳେ ଡ୍ୟାନ୍ସ ବାର୍ ଉପରେ ରୋକ୍ ଲଗାଯାଇଥିଲା ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021