ବାତ୍ୟାର ରୂପ ନେଲା 'ଜଓ୍ୱାଦ୍', ରବିବାର ମଧ୍ୟାହ୍ନରେ ଛୁଇଁବ ପୁରୀ ଉପକୂଳ: IMD DG

Published By : Prameya-News7 Bureau | December 03, 2021 IST

ଭୁବନେଶ୍ୱର ୦୩/୧୨: ବାତ୍ୟାର ରୂପ ନେଲା ଜଓ୍ୱାଦ୍ । ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର । IMD ଓ NDRF ପକ୍ଷରୁ ହୋଇଥିବା ମିଳିତ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି IMD DG । ସେ କହିଛନ୍ତି ୫ ତାରିଖ ମଧ୍ୟାହ୍ନରେ ଏହା ପୁରୀ ଉପକୂଳରେ ପହଞ୍ଚିବ । ଓଡ଼ିଶା ପାଇଁ ଏବେ ସବୁଠାରୁ ଅଧିକ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

୫ ତାରିଖରେ ଓଡ଼ିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଏହି ସମୟରେ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବୋହିପାରେ । ଦରକାର ପଡିଲେ ପବନର ବେଗ ୧୦୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିଭଳି ୩ ରୁ ୫ ତାରିଖ ସମୂଦ୍ର ଉପକୂଳ ସୁରକ୍ଷିତ ରହିବ ନାହିଁ ବୋଲି ସୂଚନା ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.