ଜଳ ସଂରକ୍ଷଣ ନେଇ ସାଇକେଲରେ ସଚେତନତା ଯାତ୍ରା, ବୁଲି ସାରିଲେଣି ୭ଟି ରାଜ୍ୟର ୮୩୦୦ କି.ମି.

Published By : Prameya-News7 Bureau | January 25, 2022 IST

ପୁରୀ ୨୫।୧: ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକିବା ପାଇଁ ସାଇକେଲରେ ସଚେତନତା ଯାତ୍ରା। ଚାକିରୀରୁ ଅବସର ନେବା ପରେ ଭାରତବର୍ଷର ୭ଟି ରାଜ୍ୟ ବୁଲି ପୁରୀରେ ପହଞ୍ଚିଛନ୍ତି ଲାୟନ୍ସ କ୍ଲବର ସୁବାସ ଚନ୍ଦ୍ର। ସାଇକେଲ ଯୋଗେ ସେ ପ୍ରାୟ ୮୩୦୦ କି.ମି. ଅତିକ୍ରମ କରିସାରିଲେଣି ।

{"id":579101,"sizeSlug":"full","linkDestination":"none"}

ତେବେ ସଚେତନତା ନିମନ୍ତେ ଆହୁରି ୬ରୁ ୭ଟି ରାଜ୍ୟ ଯିବେ ବୋଲି ସେ କହିଛନ୍ତି । ଜାତୀୟ ରାଜପଥ ନୁହେଁ ବରଂ ରାଜ୍ୟ ରାଜପଥ ଦେଇ ସେ ସାଇକେଲ ଯୋଗେ ବୁଲିବା ସହ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଅପବ୍ୟବହାର ରୋକିବା ସମ୍ପର୍କରେ ବୁଝାଉଛନ୍ତି। ଜଳ ଜୀବନ ମିଶନର ବାର୍ତ୍ତା ନେଇ ସେ ଗାଁକୁ ଗାଁ ଯାଉଛନ୍ତି।

{"id":579099,"sizeSlug":"full","linkDestination":"none"}

୨୦୧୮ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକା ନଗଲେ ସମଗ୍ର ଭାରତବର୍ଷରେ ଉତ୍କଟ ଜଳ ସମସ୍ୟା ଦେଖାଯିବ। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସୁବାସ ଚନ୍ଦ୍ର ଏହି ପ୍ରୟାସ ଜାରି ରଖିଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.