ପେଟ୍ରୋଲ୍‌ ପମ୍ପ ନିକଟକରୁ ଜବତ ହେଲା ୧୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର

Published By : Prameya-News7 Bureau | March 12, 2021 IST

ଭଦ୍ରକ, ୧୨/୦୩: ୧୬ ନଂ ଜାତୀୟ ରାଜପଥ ନଳାଙ୍ଗ ଛକ ସ୍ଥିତ ରିଲାୟାନ୍ସ ପେଟ୍ରୋଲ ପମ୍ପ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଥିବା ଜଣାପଡ଼ିଛି ।

ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ ବ୍ରାଉନସୁଗାର କାରବାର କରୁଥିବା ନିଶା ବେପାରୀମାନଙ୍କ ଉପରେ ଉଭୟ ଭଦ୍ରକ ଜିଲ୍ଲା ପୋଲିସ ଓ କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ରଖିଛି । ସେଥିପାଇଁ ସେମାନେ ବିଭିନ୍ନ ସ୍ଥାନରେ ପ୍ରତେକ ଦିନ ଖାନତଲାସୀ ଚଳାଇଛନ୍ତି । ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଭଦ୍ରକରୁ କଟକ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛନ୍ତି । ଏଥିସହ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।  

୧୬ ନମ୍ବର ଜାତୀୟ ରାଜପଥ ପାଖ ପେଟ୍ରୋଲ ପମ୍ପ ନିକଟରୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦାର ଏକ ୧୧ ଜଣିଆ ସ୍ୱତନ୍ତ୍ର ଟିମ ଜଣେ ଯୁବକଙ୍କୁ ପିଛାକରିଥିଲେ । ଯୁବକଙ୍କୁ ଧରିବା ପରେ ତାଙ୍କ ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ଗିରଫ ଯୁବକ ନଳାଙ୍ଗ ଅଂଚଳର ତ୍ରିଲୋଚନ ନାୟକ ହୋଇଥିବା ଜଣାପଡ଼ିଛି । ସେ ଆଜି ଜଳେଶ୍ଵର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ଭଦ୍ରକ ଜିଲ୍ଲାରେ କାରବାର କରିଥାନ୍ତା ବୋଲି ଜଣାପଡ଼ିଥିବା ବେଳେ ଏହା ପୂର୍ବରୁ ଅବକାରୀ ଗୁଇନ୍ଦା ତାକୁ କାବୁ କରିବାରେ ସକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.