ଦୁର୍ନୀତି ଇଣ୍ଡେକ୍ସର ୧୪୦ତମ ସ୍ଥାନରେ ପାକିସ୍ତାନ, ଜାଣନ୍ତୁ ଭାରତ ଏବଂ ଆମେରିକା ସହ ଅନ୍ୟଦେଶର ସ୍ଥିତି

Published By : Prameya-News7 Bureau | January 25, 2022 IST

ନୂଆଦିଲ୍ଲୀ, ୨୫/୦୧: ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ୍‌ ପ୍ରକାଶ କରିଥିବା କରପ୍ସନ୍‌ ପର୍‌ସେପସନ୍‌ ଇଣ୍ଡେକ୍ସ ୨୦୨୧ରେ ପାକିସ୍ତାନର ସ୍ଥିତି ଏବେ ତଳକୁ ଖସିଛି । ପୂର୍ବରୁ ଥିବା ସ୍ଥାନରେ ୧୬ ଅଙ୍କ ପରିବର୍ତ୍ତନ ହୋଇ ଏହା ଏବେ ୧୪୦ ନଂ ସ୍ଥାନରେ ପହଞ୍ଚିଛି । ଏହି ଏଜେନ୍ସି ପ୍ରକାଶ କରିଥିବା ଲିଷ୍ଟ୍‌ ସାରା ବିଶ୍ୱର ୧୮୦ଟି ଦେଶକୁ ନେଇ ଆକଳନ କରାଯାଇଛି । ଏହା ପବ୍ଲିକ୍‌ ସେକ୍ଟରରେ ହେଉଥିବା ଦୁର୍ନୀତି ଉପରେ ଆଧାର କରି ର୍ୟାକିଂ ପ୍ରଦାନ କରିଛି । ୦ ରୁ ୧୦୦ ପର୍ଯ୍ୟନ୍ତ ଦୁର୍ନୀତି ସ୍କେଲ୍‌ର ମାପକୁ ନେଇ ବିଚାର କରିଛି ଏହି ଏଜେନ୍ସି । ଅତ୍ୟଧିକ ଦୁର୍ନୀତିଗସ୍ତ ଦେଶ ୦ ହୋଇଥିବା ବେଳେ ୧୦୦ ସବୁଠାରୁ ସ୍ୱଚ୍ଛ ।

ଏହାକୁ ଆଧାର କରି ପାକିସ୍ତାନ ୧୦୦ରୁ ୨୮ ନମ୍ୱରରେ ରହିଥିବା ବେଳେ ମିଆଁମାର୍‌ ତଳକୁ ୧୪୦ ନମ୍ୱର ସ୍ଥାନରେ ରହିଛି ।  ଡେନ୍‌ମାର୍କ, ଫିନ୍‌ଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦୁର୍ନୀତିରେ ୮୮ ସ୍କୋର କରିଛନ୍ତି । ଏହାରି ପୂର୍ବରୁ ନର୍‌ୱେ, ସିଙ୍ଗାପୁର ଏବଂ ସ୍ୱିଡେନ୍‌ ୮୫ ପଏଣ୍ଟ୍‌ ସ୍କୋର କରିଛନ୍ତି ।

ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ୬୭ ସ୍କୋର କରି ଏହି ତାଲିକାର ୨୭ ନମ୍ୱର ସ୍ଥାନରେ ରହିଥିବା ଜଣାପଡ଼ିଛି । ସେହିପରି ଭାରତ ୪୦ ପଏଣ୍ଟ ସ୍କୋର କରି ୮୫ ତମ ସ୍ଥାନରେ ରହିଛି । ମାଳଦୀପ ମଧ୍ୟ ୮୫ ତମ ସ୍ଥନରେ ରହିଛି ।ତେବେ ଭାରତର ପଡ଼ୋଶୀ ବାଂଲାଦେଶ ୨୬ ପଏଣ୍ଟ ହାସଲ କରି ଲିଷ୍ଟ୍‌ର ୧୬୭ ସ୍ଥାନରେ ରହିଥିବା ବେଳେ ଶ୍ରୀଲଙ୍କା ୩୭ ପଏଣ୍ଟ୍‌ ହାସଲ କରି ୧୦୨ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.