ଆଜି ରୋହିତ ଓ ରୈନାଙ୍କ ମଧ୍ୟରେ ହେବ ରନର ଲଢେଇ, ବିପଦରେ ଧାଓ୍ଵନଙ୍କ ରେକର୍ଡ

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯।୦୯: ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ଆଉ କିଛି ସମୟ ପରେ ଆରମ୍ଭ ହେବ। ପ୍ରଥମ ମୁକାବିଲା ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଓ ଚେନ୍ନାଇର ଖେଳାଳି ସୁରେଶ ରୈନାଙ୍କ ନଜର ଏକ ଖାସ୍ ରେକର୍ଡ ଉପରେ ରହିବ। ରୋହିତ ଓ ରୈନା ଆଜି ୫୫୦୦ ରନ ଅତିକ୍ରମ କରି ପାରନ୍ତି। ଏହି ରନ କରିବାରେ ଏ ପର୍ଯ୍ୟନ୍ତ କେବଳ ବିରାଟ କୋହଲି ଓ ଶିଧର ଧାଓ୍ଵନ ସଫଳ ହୋଇଛନ୍ତି।

ଚେନ୍ନାଇର ତାରକା ଖେଳାଳି ସୁରେଶ ରୈନା ୨୦୦ ଆଇପିଏଲ୍ ମ୍ୟାଚ୍‌ରେ ଗୋଟିଏ ଶତକ ଓ ୩୯ ଅର୍ଦ୍ଧଶତକ ସହ ୫୪୯୧ ରନ କରିଛନ୍ତି। ରୈନା ପାଖାପାଖି ୧୩୭ ଷ୍ଟ୍ରାଇକ୍ ରେଟ୍‌ରେ ଏହି ରନ କରିଛନ୍ତି। ଅନ୍ୟପଟେ ମୁମ୍ବାଇ ହିରୋ ରୋହିତ ୨୦୭ ଆଇପିଏଲ୍ ମ୍ୟାଚ୍‌ରେ ୫୪୮୦ ରନ କରିଛନ୍ତି। ଏହି ସମୟରେ ସେ ଗୋଟିଏ ଶତକ ଓ ୪୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆରସିବି ଅଧିନାୟକ ବିରାଟ କୋହଲି ୬୦୭୬ ରନ କରି ଶୀର୍ଷରେ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ ୫୫୭୭ ରନ କରି ଦ୍ଵିତୀୟରେ ଅଛନ୍ତି। ରୋହିତ-ରୈନାଙ୍କ ପାଖରେ ଶିଖର ଧାଓ୍ଵନଙ୍କୁ ପଛରେ ପକାଇବାର ସୁଯୋଗ ରହିଛି। ଏହି ଚାରି ଭାରତୀୟ ଖେଳାଳିଙ୍କ  ବ୍ୟତୀତ କେବଳ ଡେଭିଡ୍ ଓ୍ଵାର୍ଣ୍ଣର(୫୪୪୭) ଓ ଏବି ଡିଭିଲିୟର୍ସ(୫୦୫୬) ରନ କରିଛନ୍ତି।

ରୋହିତ କରିବେ ଛକାର ରେକର୍ଡ

ରୋହିତ ଯଦି ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ୩ ଛକା ମାରନ୍ତି ତେବେ ଟି-୨୦ରେ ୪୦୦ ଛକା ମାରିବାରେ ଦୁନିଆର ସପ୍ତମ ବ୍ୟାଟସମ୍ୟାନ ହେବେ। ଟି-୨୦ କ୍ରିକେଟ୍‌ରେ ଭାରତ ପକ୍ଷରୁ କେବଳ ୪ ବ୍ୟାଟସମ୍ୟାନ ୩୦୦ କିମ୍ବା ସେଥିରୁ ଅଧିକ ଛକା ମାରିଛନ୍ତି। ଏହି ତାଲିକାରେ ରୋହିତଙ୍କ ପରେ ଦ୍ଵିତୀୟରେ ଅଛନ୍ତି ରୋହିତ ଶର୍ମା। ରୈନା ୩୩୧ ଟି-୨୦ରେ ୩୨୪ ଛକା ମାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.