ଦେଶରେ କରୋନା ପଜିଟିଭିଟି ହାର ଏବେବି ୧୦ ପ୍ରତିଶତ ଉପରେ, ୧୦ ରାଜ୍ୟଙ୍କୁ ସତର୍କ କଲେ କେନ୍ଦ୍ର ସରକାର

Published By : Prameya-News7 Bureau | July 31, 2021 IST

ନୂଆଦିଲ୍ଲୀ ୩୧।୭: ଦେଶରେ କୋଭିଡ-୧୯ ଦ୍ୱିତୀୟ ଲହର ଥମିବାର ନାଁ ନେଉନି।  ଏପ୍ରିଲମାସ ବେଳକୁ ପିକ୍‌କୁ ଛୁଇଁଥିବା ସଂକ୍ରମଣ ହାର ଅନେକ ରାଜ୍ୟରେ କ୍ରମଶଃ ହ୍ରାସ ହୋଇ ଚାଲିଛି। ହେଲେ ୧୦ଟି ରାଜ୍ୟ ଏବେବି ଚିନ୍ତାର କାରଣ ହୋଇ ରହିଛନ୍ତି। ଏହି ସବୁ ରାଜ୍ୟଙ୍କ କେତେକ ଜିଲ୍ଲାରେ ସଂକ୍ରମଣ ଜାରି ରହିଥିବା ବେଳେ କେତେକ କ୍ଷେତ୍ରରେ ପଜିଟିଭି ହାର ୧୦ ପ୍ରତିଶତ ପର୍ଯ୍ୟନ୍ତ ରହୁଛି। ଏଣୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟ ଏହି ସବୁ ରାଜ୍ୟଙ୍କୁ ସଂକ୍ରମଣ ନିୟନ୍ତ୍ରଣ ଲାଗି କୋଭିଡ ନିୟମ କଡାକଡି ପାଳନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

{"id":488939,"sizeSlug":"full","linkDestination":"none"}

କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୪୫ରୁ୬୦ ଓ ୬୦ରୁ ଅଧିକବୟସ୍କଙ୍କ ଦ୍ରୁତ ଟିକାକରଣ ଲାଗି ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶରେ କହିଛନ୍ତି। ଏହା ଛଡା କରୋନା ସଂକ୍ରମଣ ରୋକିବା ଲାଗି ଆଇସୋଲେଟେଡ ଲୋକଙ୍କ ଉପରେ ନିୟମିତ ନଜର ରଖିବା ସହ ପ୍ରଭାବୀ ଚିକିତ୍ସା ସେବା ଯୋଗାଇ ଦେବାକୁ କହିଛନ୍ତି। ଏଥିରେ ଘରୋଇ ହସ୍ପିଟାଲମାନଙ୍କରେ ଅକ୍ସିଜେନ ପିଏସ୍‌ ପ୍ଲାଣ୍ଟ ସ୍ଥାପନା ଲାଗି ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

{"id":488940,"sizeSlug":"full","linkDestination":"none"}

ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଯେଉଁ ସବୁ ରାଜ୍ୟରେ ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି ସେଠାରେ ୮୦ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ହୋମ ଆଇସୋଲେସନରେ ଅଛନ୍ତି। ଏହି ସବୁ ମାମଲା ଉପରେ କଡା ନଜର ରଖିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମିତ ଲୋକେ ଯେପରି ପଡା ମହଲ୍ଲାରେ ବୁଲାବୁଲି କରି ଅଧିକ ଲୋକଙ୍କୁ ସଂକ୍ରମିତ ନ କରନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କହିଛନ୍ତି।

{"id":488945,"width":839,"height":533,"sizeSlug":"full","linkDestination":"none"}

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ୧୦ ରାଜ୍ୟଙ୍କ କୋଭିଡ-୧୯ ସ୍ଥିତି ସମୀକ୍ଷା ଲାଗି ଶନିବାର ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ,ତାମିଲନାଡୁ, ଓଡିଶା, ଆସାମ, ମିଜୋରାମ, ମେଘାଲୟ, ଆନ୍ଧ୍ରପ୍ରଦେଶ ଓ ମଣିପୁର ସ୍ୱାସ୍ଥ୍ୟ ସଚିବମାନେ ବୈଠକରେ ଯୋଗ ଦେଇଥିଲେ। ଏହି ସବୁ ରାଜ୍ୟଙ୍କ ୪୬ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ବି ଅଧିକ ରହିଛି। ସେହିପରି ଅନ୍ୟ ୫୩ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ହୋଇଥିଲେ ବି  ପଜିଟିଭିଟି ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ଏହି ସବୁ ରାଜ୍ୟଙ୍କୁ ପରୀକ୍ଷଣ ବଢାଇବା ସହ ଟିକାକରଣ କରିବା ଉପରେ ଗରୁତ୍ୱ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.