ଦୁଇଟି କାର୍‌ରୁ ବିପୁଳ ପରିମାଣର କଫ୍ ସିରପ୍ ଓ ନିଶା ଔଷଧ ଜବତ, ୫ ଗିରଫ

Published By : Prameya-News7 Bureau | October 04, 2020 IST

ବରଗଡ ୪।୧୦: ବରଗଡ ରେଳଷ୍ଟେସନ ନିକଟରେ ଟାଉନ ପୋଲିସର ଚଢାଉ । ୨ଟି କାର୍ ସହ ବିପୁଳ ନିଶା ଔଷଧ ଜବତ କରିଛି ପୋଲିସ । ବରଗଡରେ ନିଶା ବେପାର ବୃଦ୍ଧି ପାଉଥିବା ନେଇ ଦୀର୍ଘ ଦିନ ହେଲା ସହରବାସୀ ଅଭିଯୋଗ କରିଆସୁଥିଲେ ।

{"id":338665,"sizeSlug":"large"}

ତେବେ କୌଣସି ସୂତ୍ରରୁ ଏ ନେଇ ଖବର ପାଇ ବରଗଡ ଟାଉନ ପୋଲିସ ଚଢାଉ କରିଥିଲା । ଫଳରେ ଚଢାଉ ବେଳେ ଗୋଟିଏ ବୋଲେରୋ ଗାଡି, ଗୋଟିଏ ଟାଟା ଟିଆଗୋ କାର୍ ରୁ ୧୧୭୦ ବୋତଲ କଫ୍ ସିରପ୍ ଓ କିଛି ନିଶା ବଟିକା ଜବତ କରିଛି । ଏହା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

{"id":338666,"sizeSlug":"large"}

ଗିରଫ ୫ଜଣଙ୍କ ମଧ୍ୟରୁ ୩ ଜଣ ହେଲେ ବରଗଡ ପୌରାଞ୍ଚଳ ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ଏମ୍ ଡି ନିଶାଦ, ନୌଶାଦ ଖାନ୍, ସରୋଜ ଭୁଏ ଏବଂ ଅନ୍ୟ ବଲାଙ୍ଗୀର ଜିଲ୍ଲାର ସନ୍ତୋଷ ମେହେର ଏବଂ ଶ୍ରୀକାନ୍ତ ନାୟକ । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବହୁ ମାମଲା ରହିଛି ବୋଲି ବରଗଡ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.