Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||

କରୋନା ଲକ୍ ଡାଉନ୍ ଆଣିଛି ବିଶ୍ବ ଅର୍ଥନୀତିରେ ମନ୍ଦାବସ୍ଥା: ଦେଶ ଏବଂ ରାଜ୍ୟର କିପରି ରହିଛି ସ୍ଥିତି?

11/04/2020 at 9:41 PM

ଭୁବନେଶ୍ବର୧୧/୪: କରୋନା ଲକ୍ ଡାଉନ୍ ବିଶ୍ବ ଅର୍ଥନୀତି ପାଇଁ ଆଣିଛି ମନ୍ଦାବସ୍ଥା। ଯାହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଛି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉପରେ। ରାଜ୍ୟରେ ପ୍ରାୟ ୯୦ ପ୍ରତିଶତ କ୍ଷୁଦ୍ର ଓ ମଧ୍ୟ ଶିଳ୍ପ ବନ୍ଦ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ଓ ଯୋଗାଣରେ ଥିବା ଶିଳ୍ପ ସଂସ୍ଥା ଗୁଡ଼ିକରୋ କର୍ମଚାରୀ ଓ ଶ୍ରମିକଙ୍କ ଅଭାବ ଯୋଗୁଁ ଉତ୍ପାଦନ ପ୍ରାୟତ ବନ୍ଦ କରି ରଖିଛନ୍ତି। ଏପରିସ୍ଥିତିରେ ରାଜ୍ୟ ସରକାରଙ୍କୁ ଏମ୍‌ଏସ୍‌ଏମ୍‌ଇକୁ ସହୟତା ଦେବାକୁ ଅନୁରୋଧ କରିଛନ୍ତି ୟୁସିସିଆଇ, ଓସ୍‌ମେଇ ଓ ନୋସି ପରି ଶିଳ୍ପ ସଂଗଠନ ମାନେ। 

କରୋନା ଲକ୍‌ ଡାଉନ୍‌ରେ ବନ୍ଦ ପଡ଼ିଛି ରାଜ୍ୟର ପ୍ରାୟ ୯୦ ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା। ୨୦୧୯-୨୦ ଆର୍ଥିକ ବର୍ଷ ଏକ ପ୍ରକାର କଳା ବର୍ଷ ବୋଲି କୁହାଯାଉଛି। ଏମ୍‌ଏସ୍ଏମ୍‌ଇ ୟୁନିଟ୍ ମାନଙ୍କ ପକ୍ଷରୁ ପ୍ରଥମେ ନିର୍ବାଚନ , ପରେ ଫନି ଓ ଏବେ କରୋନା ଲକ୍‌ଡାଉନ୍ ଏବେ ଆଣ୍ଟା ଭାଙ୍ଗି ଦେଇଛି ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମାନଙ୍କର। କରୋନା ଲକ୍‌ ଡାଉନ୍‌କୁ ଦେଖି ରାଜ୍ୟ ସରକାର କୃଷି, ଫାର୍ମାସ୍ୟୁଟିକାଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନିମାନଙ୍କୁ ଚାଲୁ ରଖିବାକୁ ଅନୁମତି ଦେଇଥିଲେ ମଧ୍ୟ କର୍ମଚାରୀ ଓ ଶ୍ରମିକଙ୍କ ଅନୁପସ୍ଥିତି ଏବେ କାଳ ହୋଇଛି ଏହି ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନ ସ୍ଥିତିକୁ ଦେଖି କାମକୁ ଆସୁନଥିବା କର୍ମଚାରୀ ଓ ଶ୍ରମିକଙ୍କୁ ଦରମା ଦେବା ନିଷ୍ପତି ଏବେ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ପାଇଁ ବଡ଼ ସମସ୍ୟା ପାଲଟିଥିବା କହିଛନ୍ତି  ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ସଂଘମାନେ। କଞ୍ଚାମାଲ ଫ୍ୟକ୍ଟ୍ରିକୁ ଆସିପାରୁନି, ରହିଥିବା ଷ୍ଟକ୍‌ ମଧ୍ୟ ଡିଲରଙ୍କ ପାଖରେ ପହଞ୍ଚୁନି।

ରାଜ୍ୟ ସରକାର ଲକ୍‌ ଡାଉନ୍ ଦେଖି ଏମ୍‌ଏସ୍‌ଏମ୍‌ଇ ୟୁନିଟ୍ ଗୁଡ଼ିକର ବିଦ୍ୟୁତ ଦେୟର ସରଚାର୍ଜ ଛାଡ଼ କରିଛନ୍ତି। ବିଦ୍ୟୁତ୍ ଦେୟ ସରଚାର୍ଜ ବାଦ ସରକାର ଶିଳ୍ପ ସଂସ୍ଥା ଉପରେ ଲଗାଉଥିବା ମିନିମମ୍ କିଲୋୱାଟ୍‌ ଡିମାଣ୍ଡ ଚାର୍ଜ ୨ରୁ ୬ ମାସ ପର୍ଯ୍ୟନ୍ତ ଛାଡ଼ କରନ୍ତୁ। ଏହାସହ ନିର୍ମାଣ ଶ୍ରମିକଙ୍କ ପରି ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ସରକାର ଦରମା ଓ ଆର୍ଥିକ ସହାୟତା ଡାଇକରେକ୍ଟ ବେନେଫିଟ୍‌ ଟ୍ରାନ୍‌ଫର ମାଧ୍ୟମରେ ଦେବାକୁ ବା ଏଥିପାଇଁ କର୍ପସ ଫଣ୍ଡ ଗଠନ କରିବାକୁ ଦାବି କରିଛନ୍ତି ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ସଂଗଠମମାନେ। ଏହାସହ  ମାର୍ଚ୍ଚରୁ ଜୁନ୍‌ ମାସ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ଛାଡ଼ ସହ ଜିଏସ୍‌ଟି ଇନ୍‌ପୁଟ ଦିଆଯାଉ। ଏନ୍‌ପିଏ କ୍ରାଇଟେରିଆ ୯୦ ଦିନରୁ ୩୬୫ ଦିନକୁ ବଢାଯାଉ

ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ବାଦ ନିଯୁକ୍ତି ଓ ରାଜସ୍ବ ଆଦାୟ ଉପରେ ଧ୍ୟାନ ଦେବାକୁ ଶିଳ୍ପ ସଂଗଠନ ଗୁଡ଼ିକ ଅନୁରୋଧ କରିଛନ୍ତି। ବର୍ତ୍ତମାନସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁରେ ଥିବା  ଏମ୍‌ଏସ୍‌ଏମ୍ଏଇ ୟୁନିଟ୍‌ ଗୁଡ଼ିକର କିଭଳି ଚାଲିପାରିବ ସେଥିପାଉଁ ସରକାରଙ୍କ ନିର୍ଦ୍ଦେଶରେ ଜିଏମ୍‌ ଡିଆଇସି ମାନେ ଉତ୍ତର ଦାୟିତ୍ବ ନେବାକୁ ଶିଳ୍ପ ସଂସ୍ଥା ମାନଙ୍କ ଅନୁରୋଧ କରାଯାଇଛି। 

   Related Posts