Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||

ଭାରତରେ ୯୯ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରୁଛି କରୋନାର ଏହି ଭାରିଆଣ୍ଟ, ଏବେବି ରହିଛି ଦେଶରେ

14/07/2021 at 3:29 PM

ନୂଆଦିଲ୍ଲୀ ୧୪।୭: ଭାରତରେ ପ୍ରକୋପ କରିବା ପରେ ସମଗ୍ର ବିଶ୍ୱରେ ଆତଙ୍କ ରଚିଥିବା କରୋନାର ଡେଲ୍ଟା ଭାରିଆଣ୍ଟ ଏବେବି ଆମ ଦେଶରେ ରହିଛି। ପ୍ରତିଦିନ ସଂକ୍ରମିତ ଚିହ୍ନଟ ହେଉଥିବା ୯୯ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ଭୂତାଣୁର ଏହି ଭାରିଆଣ୍ଟ ମିଳିବା ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗବେଷକଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ଯଦି ଭୂତାଣୁ ପୁଣି ଥରେ ପ୍ରକୋପ କରେ ଏଥର ପରିସ୍ଥିତି ସମ୍ଭାଳିବା କଷ୍ଟକର ହୋଇ ପଡିବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି।

ଆଇସିଏମଆର ବୁଧବାର ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କୁ ତାଙ୍କ ଅପଡେଟ୍ ପ୍ରଦାନ କରିଛନ୍ତି। ଏଥିରେ କରୋନାର ଡେଲ୍ଟା ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ବିପଦ ଏବେବି ଟଳି ନଥିବା କୁହାଯାଇଛି। ଜାତୀୟ କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡା. ଏନ.କେ ଆରୋରା ସଂକ୍ରମଣ ହ୍ରାସ ଭିନ୍ନ କଥା, ହେଲେ ଏତେ ବି ହ୍ରାସ ହୋଇନି ଯେଉଁଥିରେ ଆମେ ଆଶ୍ୱସ୍ତ ହୋଇପାରିବା ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱରେ ଏପର୍ଯ୍ୟନ୍ତ କୋରନାର ଯେତେ ବି ପ୍ରକାର ମିଳିଲାଣି ଏଥିରେ ଡେଲ୍ଟା ସବୁଠୁ ଅଧିକ ଭୟାନକ ଓ ଘାତକ।

Bloomberg Creative/Getty Images

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଦେଶରେ ଏବେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ୯୯ ପ୍ରତିଶତରୁ ବି ଅଧିକ ଲୋକଙ୍କ ଠାରେ ଭୂତାଣୁର  ଡେଲ୍ଟା ପ୍ରକାରର ଉପସ୍ଥିତି ଚିହ୍ନଟ ହେଉଛି। ଏଣୁ ଏଥିପାଇଁ ଲୋକଙ୍କୁ ଏବେ ଆହୁରି ଅଧିକ ସତର୍କ ହେବାକୁ ପଡିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅଧିକାରୀ କହିଛନ୍ତି। ଏତେ ସମୟ ପରେ ବି ଭୂତାଣୁର ସଂକ୍ରମଣ କ୍ଷମତା ଅଥବା ଏହାର ମାରକ କ୍ଷମତାରେ ସାମାନ୍ୟ ହ୍ରାସ ମଧ୍ୟ ହୋଇ ନାହିଁ। ସେପଟେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଏବେ ଡେଲ୍ଟା ଭାରିଆଣ୍ଟ ଭୀଷଣ ପ୍ରକୋପ କରୁଛି।

ଡେଲ୍ଟା ସହ ଭୂତାଣୁର ଆଉ ଏକ ପ୍ରକାର ଲାମ୍ବଡା ମଧ୍ୟ ଏବେ ଚିନ୍ତାର କାରଣ ପାଲଟିଛି। ତେବେ ଭାରତରେ ଏପର୍ଯ୍ୟନ୍ତ କୌଣସି ଠାରେ ଲାମ୍ବଡା ଚିହ୍ନଟ ହୋଇ ନାହିଁ। ହେଲେବି ଆଇସିଏମଆର ଭୂତାଣୁର ଏହି ପ୍ରକାର ଲାଗି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଥିବା ଡା. ଆରୋରା କହିଛନ୍ତି।   

   Related Posts