କଣ୍ଟ୍ରୋଲ ରୁମ୍‌ ଏଏସ୍‌ଆଇ ସସ୍‌ପେଣ୍ଡ୍

Published By : Prameya-News7 Bureau | June 15, 2020 IST

ଭୁବନେଶ୍ବର୧୫/୬: ମହିଳାଙ୍କ ଅଭିଯୋଗ ପରେ ସସ୍‌ପେଣ୍ଡ ହେଲେ ଏଏସ୍‌ଆଇ ସୁବ୍ରତ। ମହିଳାଙ୍କୁ ପ୍ରେମ ନିବେଦନ ଏବଂ ଧମକ ଦେବା ଅଭିଯୋଗରେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଆଇଜି ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ପ୍ରଥମେ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା। କିଛି ଦିନର ବ୍ୟବଧାନ ପରେ ଯୁବକଙ୍କ ବ୍ୟବହାରରେ ଅତିଷ୍ଠ ହେବା ପରେ ଦୁଇଜଣଙ୍କ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ହେଲେ ଯୁବକଙ୍କ ଏକା ଜିଦ୍‌ ଥିଲା, ତାଙ୍କୁ ସୋସିଆଲ ମିଡିଆରେ ହଇରାଣ କରିବି। ଏହି ଏଏସ୍‌ଆଇ ଟିକ୍‌ଟକ୍‌ ଭିଡିଓ ମଧ୍ୟ କରନ୍ତି।

ପୀଡିତାଙ୍କ କହିବା ଅନୁସାରେ ସୋସିଆଲ ମିଡିଆରେ ତାଙ୍କୁ ଏଏସ୍‌ଆଇ ଜଣଙ୍କ ହଇରାଣ କରୁଥିଲେ। ପୋଲିସ ଅଧିକାରୀ ଜଣକ ଏବେ କୋଭିଡ୍ କଣ୍ଟ୍ରୋଲ ରୁମରେ କାମ କରୁଥିବା ବେଳେ ସରକାରୀ ମୋବାଇଲ ଫୋନ୍‌ ତାଙ୍କୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ଯୁବତୀ ଜଣକ ଭୁବନେଶ୍ବର ମହିଳା ଥାନାରେ ଅଭିଯେୋଗ କରିଥିଲେ। ପୂର୍ବରୁ କଟକର ଦୁଇ ଦୁଇଟି ଥାନାରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ତଥାପି ପୋଲିସ୍‌ ଉପରେ ଭରଷା କରି ପୁଣି ଥାନାରେ ଅଭିଯୋଗ କରି ନ୍ୟାୟ ପାଇଁ ମହିଳା ଜଣକ ଆସିଥିଲେ। ସେପଟେ ଅଭିଯୋଗ ପାଇବା ପରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.