ମାସକ ପାଇଁ ଟିଭି ସୋ’ରୁ ଦୂରେଇ ରହିବେ କଂଗ୍ରେସର ସମସ୍ତ ମୁଖପାତ୍ର

Published By : Prameya-News7 Bureau | May 30, 2019 IST

ନୂଆଦିଲ୍ଲୀ ୩୦|୫:  ଟିଭି ଡିବେଟ୍ ଶୋରୁ ଓହରିଲା କଂଗ୍ରେସ । ମାସେ ପାଇଁ ସମସ୍ତ ଡିବେଟ୍ ଶୋରୁ ମୁଖପାତ୍ରମାନଙ୍କୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ଏନେଇ କଂଗ୍ରେସର ରାଷ୍ଟ୍ରୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଟ୍ବିଟ୍ ର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ।

ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରାହୁଲ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଶନିବାର ଦିନ ହୋଇଥିବା ବୈଠକରେ ଏହି ପ୍ରସଙ୍ଗ ଉଠାଯାଇଥିଲା ଯେ କୌଣସି ମୁଖପାତ୍ରଙ୍କୁ ନ୍ୟୁଜ୍ ବିତର୍କ କାର୍ଯ୍ୟକ୍ରମକୁ ଯିବା ପାଇଁ ବାରଣ କରାଯାଉ |

ସେହିପରି କଂଗ୍ରେସର କୌଣସି ପ୍ରତିନିଧିଙ୍କୁ ମଧ୍ୟ ଡିବେଟ୍ ଶୋରେ ସାମିଲ ନକରିବା ପାଇଁ ସମସ୍ତ ଚ୍ୟାନେଲ ଓ ତାର ସମ୍ପାଦକମାନଙ୍କୁ ଅନୁରୋଧ କରାଯାଇଛି । ଏହା ପୂର୍ବରୁ ସମାଜବାଦୀ ପାର୍ଟି ଏହାର ସମସ୍ତ ମୁଖପାତ୍ରଙ୍କୁ ହଟାଇ ଦେଇଥିଲା । ଟିଭି ଚ୍ୟାନେଲରେ ପକ୍ଷ ରଖୁଥିବା ସମସ୍ତ ମୁଖପାତ୍ରଙ୍କୁ ବାରଣ କରାଯାଇଥିଲା ।

wp:core-embed/twitter {"url":"https://twitter.com/rssurjewala/status/1133924556324954118","type":"rich","providerNameSlug":"twitter","className":""}
https://twitter.com/rssurjewala/status/1133924556324954118
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.