କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ଚନ୍ଦ୍ର ପ୍ରଧାନ, ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

Published By : Prameya-News7 Bureau | April 29, 2024 IST

ଭୁବନେଶ୍ବର ୨୯ ।୪: ହାତ ଛାଡିଲେ ଦୁଲାଲ । କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ଦୁଲାଲ ଚନ୍ଦ୍ର ପ୍ରଧାନ । ସୋମବାର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଦୁଲାଲ ତାଙ୍କ ଇସ୍ତଫା ପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦୁଲାଲ ଚନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିଲେ । ତେବେ ରବିବାର ଦଳ ଦୁଲାଲଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ଯେଉଁଥି ପାଇଁ ଦୁଲାଲ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଥିଲା । ସେଥିପାଇଁ ଦୁଲାଲ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ସେ କେଉଁ ଦଳକୁ ଯିବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏବେ ଦୁଲାଲଙ୍କ ଗତି କେଉଁଆଡେ ତାହା ଦେଖିବା ବାକି ରହିଲା ।

You Can Read :

ଅଟୋ-ବାଇକ୍ ମୁଁହାମୁଁହି ଧକ୍କା, ୮ ଗୁରୁତର ମେଡିକାଲରେ ଭର୍ତ୍ତି 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.