ଶୌଚାଳୟରୁ ଫେରି ଭୁଲି ଗଲା ନିଜ ବେଡ୍‌ ନମ୍ବର, ରାଗରେ ଅନ୍ୟ ବେଡ୍‌ରେ ଥିବା ରୋଗୀଙ୍କୁ କଚାଡ଼ି ମାରିଦେଲା

Published By : Prameya-News7 Bureau | April 11, 2021 IST

ଶହାଜାନପୁର ୧୧/୪: ହସ୍ପିଟାଲ ବେଡ୍‌କୁ ନେଇ ବିଭିନ୍ନ ସମୟରେ ରୋଗୀଙ୍କ ପରିବାର ଲୋକେ ହଙ୍ଗାମା କରୁଥିବା ଖବର  ସାମ୍ନାକୁ ଆସେ । କିନ୍ତୁ ଭୁଲ ବେଡ୍‌କୁ ନିଜର କହି ପ୍ରଥମେ ଝଗଡ଼ା ଓ ପରେ ହତ୍ୟା କରିବା ଘଟଣା ହୁଏତ ଏହା ପ୍ରଥମ । ଦୁଇ ରୋଗୀଙ୍କ ବେଡ ନମ୍ବର ଯଥାକ୍ରମେ ୨୧  ଏବଂ ୨୭ ଥିଲା। ୨୭ ନମ୍ବର ବେଡ୍‌ରେ ଥିବା ରୋଗୀ ଶୌଚାଳୟ ଯାଇ ଫେରିବା ପରେ ୨୧ ନମ୍ବର ବେଡ୍‌କୁ ନିଜର ବୋଲି ଦାବି କରିଥିଲା।

ଏହା ପ​‌ରେ ଦୁଇ ରୋଗୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଉଗ୍ରରୂପ ନେବା ପରେ ୨୭ ନମ୍ବର ବେଡ୍‌ର ରୋଗୀ ୨୧ ନମ୍ବର ବେଡ୍‌ର ରୋଗୀଙ୍କୁ ତଳେ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ସମେତ ପରିବାର ଲୋକଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୃତକଙ୍କ ପରିଜନ ହସ୍ପିଟାଲରେ ଜୋରଦାର ହଙ୍ଗାମା କରିଛନ୍ତି।

ଘଟଣାଟି ଉତ୍ତରପ୍ରଦେଶର ଶାହାଜାନପୁର ଜିଲ୍ଲା ହସ୍ପିଟାଲରେ ଘଟିଛି। ୨୧ ନମ୍ବର ବେଡ୍‌ରେ ଭର୍ତ୍ତି ରୋଗୀଙ୍କ ନାଁ ହଂସରାଜ ହୋଇଥିବା ବେଳେ ୨୭ ନମ୍ବର ବେଡ୍‌ର ରୋଗୀ ତଥା ଅଭିଯୁକ୍ତର ନାଁ ଅବଦୁଲ ରହମାନ ବୋଲି ଜଣାପଡ଼ିଛି। ମୃତକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଗଲେ ପୋଲିସ ମାମଲା ରୁଜୁ କରିବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.