ବସ୍ରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ, ବସ୍‌ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ

Published By : Prameya-News7 Bureau | May 07, 2024 IST

ଆସ୍କା ୭।୫: ହିଞ୍ଜିଳି ଥାନା ରାଳବ ଛକ ନିକଟରେ ଅଘଟଣ । ବସ୍‌ରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ କଲେଜ ଛାତ୍ର ଜଣକ ହେଲେ ୧୯ ବର୍ଷ ବୟସ୍କ ରାହୁଲ ନାୟକ । ସେ ଅଙ୍କୁଶପୁର SMIT କଲେଜରେ ଡିପ୍ଲୋମା କରୁଥିଲେ I 

ସୂଚନାଯୋଗ୍ୟ ଯେ, ରାହୁଲ ହିଞ୍ଜିଳିରୁ ‘ମହାବାହୁ’ ନାମକ ଏକ ଘରୋଇ ବସ୍‌ ଯୋଗେ ନିଜ ଘର କୁଟିଆ ପଦରକୁ ଫେରୁଥିଲେ l ରାଳବ ଛକ ଠାରେ ବସ୍‌ରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ବସ୍‌କୁ ଭଙ୍ଗାରୁଜା କରାଯାଇଛି I ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ କରିବା ସହ ଘଟଣାର ତଦନ୍ତ କରୁଛି I

You Can Read :

ବିଜେପିକୁ ବିଜେଡିର ଟାର୍ଗେଟ୍ : ବିଜେପିର ନିର୍ବାଚନୀ ଇସ୍ତାହାରକୁ ମିଛ ମେନିଫେଷ୍ଟୋ କହିଲା ଦଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.