Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ପୁରୀ ବିଶ୍ୱ ଐତିହ ନଗରୀ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

5/09/2019 at 8:14 PM

ଭୁବନେଶ୍ୱର – ପୁରୀକୁ ଏକ ବିଶ୍ୱ ଐତିହ ନଗରୀ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ଏହି ପ୍ରକଳ୍ପର ପ୍ରଥମ ତିନୋଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ପ୍ରକଳ୍ପରେ ଶ୍ରୀମନ୍ଦିରର ୭୫ ମିଟର ମଧ୍ୟରେ ପବିତ୍ର ଭୌଗଳିକ ଅବସ୍ଥତି, ବିଭିନ୍ନ ପ୍ରାଚୀନ ଦେବାଦେବୀଙ୍କର ମୂର୍ତ୍ତୀ, ଜଗନ୍ନାଥ ସଂସ୍କୃତି ସହ ସଶ୍ଲିଷ୍ଟ ବିଭିନ୍ନ ଗଛ ଲତା ସହ କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହାର ପୁନର୍ବିନ୍ୟାସ କରାଯିବ ।

ଜଗନ୍ନାଥ ସଂସ୍କୃତି , ମନ୍ଦିର କଳା ଓ ଭାସ୍କର୍ଯ୍ୟ ଐତିହ କଳା ଇତିହାସ ଓ ଜଗନ୍ନାଥ ସଂସ୍କୃତି ସହ ଜଡିତ ବୃକ୍ଷଲତାଙ୍କୁ ନେଇ ଯେଉଁ ପୁନର୍ବିନ୍ୟାସ କାର୍ଯ୍ୟ କରାଯିବ ସେଥିପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରାଯିବ ।


ମେଘନାଦ ପାଚେରୀଠାରୁ ୭୫ ମିଟର ଅଞ୍ଚଳରେ ରାସ୍ତା କରାଯିବ । ବାକି ୬୦ ମିଟର ପୁନର୍ବିନ୍ୟାସ କରାଯିବ ।

ଏମ୍‌ଆର୍‌ ମଠର କିଛି ଅଂଶରେ ରଘୁ ନନ୍ଦନ ପାଠାଗାର ନିର୍ମାଣ କରାଯିବ । ଏଥିରେ ଏକ ଅଂଶରେ ଜଗନ୍ନାଥ ସଂସ୍କୃତିର ଗବେଷଣା କେନ୍ଦ୍ର ବିକାଶ କରାଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସୂଚନା ଦିଆଯାଇଛି ।


ବିସ୍ଥାପିତ ପରିବାର ପାଇଁ ମନ୍ଦିରଠାରୁ ଦେଢ କିଲୋମିଟର ଭିତରେ ୬୦୦ଟି ଘର ନିର୍ମାଣ କରାଯିବ । ପ୍ରତ୍ୟେକ ଘର ୫୨୦ ବର୍ଗ ଫୁଟ ହେବ । ଏଥିପାଇଁ ୯୫ କୋଟି ଟଙ୍କା ବିନିଯୋଗ କରାଯିବ ।


ଅବଢାଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ବିନିଯୋଗ କରାଯାଇ ବିଭିନ୍ନ କାର୍ଯ୍ୟ ଆରମ୍ଭ କରାଯିଛି । ଦ୍ୱିତୀୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁନର ଉଦ୍ଧାର, ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ, ଅଠରନଳାର ବିକାଶ ଓ ମଠ ବିକାଶ କରାଯିବା ପାଇଁ ଯଯୋଜନା କରାଯାଇଛି । ଖୁବ ଶୀଘ୍ର ଏହି ପ୍ରକଳ୍ପ ପାଇଁ ଯୋଜନାର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ।


ସମୀକ୍ଷା ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ , ଉନ୍ନୟନ କମିଶନରଙ୍କ ସହ ବିଭିନ୍ନ ବିଭାଗର ପ୍ରମୁକ ସଚିବ ଉପସ୍ଥିତ ଥିଲେ ।

   Related Posts